ଓଡିଶା

odisha

By ETV Bharat Odisha Team

Published : Jan 2, 2024, 12:40 PM IST

ETV Bharat / bharat

ଘରେ ଲାଗିଲା ନିଆଁ, ବାପାମାଆ ଓ 2 ଛୁଆ ଜୀବନ୍ତ ଦଗ୍ଧ

Bihar fire tragedy: ବିହାରର ବେଗୁସରାଇରେ ନିଆଁରେ ପୋଡିହୋଇ ପରିବାରର 4 ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ସ୍ବାମୀ, ସ୍ତ୍ରୀ ଓ 2 ଜଣ ଶିଶୁ ରହିଛନ୍ତି । ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ନିଆଁରେ ପୋଡିହୋଇ 4 ମୃତ
ନିଆଁରେ ପୋଡିହୋଇ 4 ମୃତ

ପାଟନା:ବିହାର ବେଗୁସରାଇରେ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ସୋମବାର ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଗୋଟିଏ ପରିବାରର 4 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ମୃତକମାନେ ସମ୍ପର୍କରେ ବାପାମାଆ ଓ ତାଙ୍କର 2 ଛୁଆ । ନିଜ ଛୁଆଙ୍କୁ ବଞ୍ଚାଇବାକୁ ଯାଇ ମାଆବାପା ନିଆଁ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏହା ଘଟିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ବିହାର ବେଗୁସରାଇ ଜିଲ୍ଲା ବଛଓ୍ବାରା ଥାନା ଅନ୍ତର୍ଗତ ଅରଓ୍ବା ପଞ୍ଚାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ସମସ୍ତେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲାଗି ଯାଇଥିଲା । ଏହି ଭୟଙ୍କର ଅଗ୍ନିକାଣ୍ଡରେ 4 ଜଣଙ୍କ ଜୀଅଁନ୍ତା ଜଳି ଯାଇଛନ୍ତି । ନିଆଁର ମାତ୍ରା ଏତେ ଥିଲା ଯେ, ଘର ଜଳିବା ସହ ଆଖପାଖର କିଛି ଝମ୍ପୁଡି ଘର ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି । ଘର ମଧ୍ୟରେ ଥିବା ଆସବାବପତ୍ର ନିଆଁରେ ନଷ୍ଟ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ... ହ୍ୟାଣ୍ଡ ଗ୍ଲୋଭ୍‌ସ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ, 6 ଜୀବନ୍ତ ଦଗ୍ଧ

ଜଳିଗଲେ ବାପାମାଆ ଓ ଛୁଆ:ଏହି ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ 33 ବର୍ଷୀୟ ନୀରଜ ପାଶଓ୍ବାନ, ତାଙ୍କ ପତ୍ନୀ 25 ବର୍ଷୀୟା କବିତା ଦେବୀ ଓ ସେମାନଙ୍କ 2 ଜଣ କୋମଳମତି ଶିଶୁ । ତେବେ ଦୁଇ ପିଲାଙ୍କୁ ବଞ୍ଚାଇବାକୁ ଯାଇ ବାପାମାଆ ନିଆଁର କବଳରେ ଆସି ପୋଡିଯାଇଥିବା ସମ୍ପର୍କୀୟମାନଙ୍କ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ନିଆଁର ମାତ୍ରା ଏତେ ଥିଲା ଯେ, ଘର ଜଳିବା ସହ ଆଖପାଖର କିଛି ଝମ୍ପୁଡି ଘର ମଧ୍ୟ ଜଳିପୋଡି ପାଉଁଶ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ.. ହାଇଦ୍ରାବାଦର ଏକ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ:ମୃତକଙ୍କ ସମ୍ପର୍କୀୟମାନଙ୍କ କହିବା ମୁତାବକ, ବିଳମ୍ବିତ ରାତିରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । କେଉଁ କାରଣରୁ ନିଆଁ ଲାଗିଲା ତାହାର ପ୍ରକୃତ କାରଣ ସାମ୍ନାକୁ ଆସିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । 2 ଶିଶୁଙ୍କୁ ବଞ୍ଚାଇବାକୁ ଯାଇଁ ବାପାମାଆ ମଧ୍ୟ ନିଆଁର କବଳରେ ଆସି ପ୍ରାଣ ହରାଇଛନ୍ତି । ଏହି ଅଘଟଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details