ଓଡିଶା

odisha

ETV Bharat / bharat

କାଶୀରେ ଚରମ ନିଷ୍ପତ୍ତି ନେଲା ପରିବାର, ଜୀବନ ହାରିବା ପଛରେ ଋଣ

Andhra Pradesh Family Suicide Case : ଉତ୍ତରପ୍ରଦେଶର କାଶୀ ସ୍ଥିତ ଏକ ଧର୍ମଶାଳାରେ ଗୋଟିଏ ପରିବାରର ସମସ୍ତ 4 ସଦସ୍ୟଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଜୀବନ ହାରିବା ପୂର୍ବରୁ ଘରେ ହୋଇଥିଲା ପୂଜାର୍ଚ୍ଚନା । ସମସ୍ତଙ୍କ ମୁଣ୍ଡରେ ଲାଗିଛି ତିଳକ । ଋଣ ପରିଶୋଧକୁ ଚିନ୍ତାରେ ଥିଲେ ପରିବାର । ଅଧିକ ପଢନ୍ତୁ

କାଶୀ ଆସି ଜୀବନ ହାରିଲେ ପରିବାର
କାଶୀ ଆସି ଜୀବନ ହାରିଲେ ପରିବାର

By ETV Bharat Odisha Team

Published : Dec 8, 2023, 12:16 PM IST

ଲକ୍ଷ୍ନୌ:ଗତକାଲିଆନ୍ଧ୍ର ପ୍ରଦେଶରୁ ଆସିଥିବା ଗୋଟିଏ ପରିବାର ୪ ସଦସ୍ୟ ଉତ୍ତପ୍ରଦେଶର ଦଶାଶ୍ବମେଧ ଥାନା ଅଞ୍ଚଳରେ କାଶୀ କୈଳାଶ ଭବନ ନାମକ ଧର୍ମଶାଳାରେ ଜୀବନ ହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତଦେହ ନିକଟରୁ ପୋଲିସ ସୁଇସାଇଡାଲ ନୋଟ୍‌ ଜବତ କରିଥିବା ବେଳେ ଋଣ ପରିଶୋଧକୁ ନେଇ ପରିବାର ଏଭଳି ଚରମ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ସେପଟେ ଜୀବନ ହାରିବା ପୂର୍ବରୁ ଘର ମଧ୍ୟରେ ପୂଜାର୍ଚ୍ଚନା କରାଯାଇଥିବା ନେଇ ଜଣାପଡିଛି ।

ପୋଲିସ ସୂଚନା ଅନୁଯାୟୀ, ଦଶାଶ୍ବମେଧ ଥାନା ଅଞ୍ଚଳରେ ଦେବନାଖପୁର ସ୍ଥିତ କାଶୀ ନିକଟ କୈଳାଶ ଭବନ ନାମକ ଏକ ଧର୍ମଶାଳାର ଗୋଟିଏ କୋଠରୀରୁ 4 ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗୁରୁବାର ଦିନ ଏମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହି କୋଠରୀରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ଜବତ କରିଛି ପୋଲିସ । ମୃତକମାନେ ଗୋଟିଏ ପରିବାରର ଓ ଆନ୍ଧ୍ରପ୍ରଦେଶର ବାସିନ୍ଦା ଅଟନ୍ତି । ସେମାନେ ସମସ୍ତେ ଆନ୍ଧ୍ରପ୍ରଦେଶରୁ କାଶୀ ଆତ୍ମହତ୍ୟା ଉଦ୍ଦେଶ୍ୟରେ ଆସିଥିବା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୁଇସାଇଡାଲ ନୋଟ ଅନୁଯାୟୀ, ଏହି ପରିବାର ଆନ୍ଧ୍ରପ୍ରଦେଶରେ 3 ଜଣଙ୍କୁ ଠାରୁ ପାଖାପାଖି 12 ଲକ୍ଷ ଟଙ୍କା ଧାର ନେଇଥିଲେ । ସୁଧମୂଳ ସହ ସୁଝିବାକୁ ଋଣଦାତା ସେମାନଙ୍କୁ କହିଥିଲେ । ଏଥିସହ ଋଣ ନସୁଝିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ । ଯାହାକୁ ନେଇ ପୁରା ପରିବାର ଚିନ୍ତାରେ ରହିଥିଲେ ।

ଅନ୍ୟପଟେ ଧର୍ମଶାଳାର ମ୍ୟାନେଜିଙ୍ଗ ଟ୍ରଷ୍ଟି ସୁନ୍ଦର ଶାସ୍ତ୍ରୀଙ୍କ କହିବାନୁଯାୟୀ, ମୃତକମାନେ ଆନ୍ଧ୍ରପ୍ରଦେଶର 50 ବର୍ଷୀୟ କୋଣ୍ଡା ବାବୁ, ତାଙ୍କ 45 ବର୍ଷିୟା ପତ୍ନୀ ଲାବଣ୍ୟା, 25 ବର୍ଷୀୟ ବଡ ପୁଅ ରାଜେଶ ଓ 23 ବର୍ଷୀୟ ଜୟରାଜ ।

ଏହାମଧ୍ୟ ପଢନ୍ତୁ.. ଯୌତୁକରେ ବର ଘର ମାଗୁଥିଲେ BMW, ଜୀବନ ହାରିଲେ ଡାକ୍ତରୀ ଛାତ୍ରୀ

ପୋଲିସ ସୂଚନା ଅନୁଯାୟୀ, ଆତ୍ମହତ୍ୟା ପାଇଁ ବ୍ୟବହୃତ ହୋଇଥିବା ସମସ୍ତ ସାମଗ୍ରୀ ଧର୍ମଶାଳାର ପାଖ ଦୋକାନରୁ ହିଁ କିଣାଯାଇଥିଲା । ଏହି ପରିବାର ଜୀବନ ଦେବା ଉଦ୍ଦେଶ୍ୟରେ ହିଁ କାଶୀ ଆସିଥିବା ନେଇ ଜଣାପଡିଛି । ଏବେ ପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ, ପ୍ରଥମେ ମା’, ବାପା ଓ ସାନ ପୁଅ ଏକସାଥିରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏହାପରେ ବଡପୁଅ ଜୀବନ ହାରିଥିଲା ।

ଜୀବନ ହାରିବା ପୂର୍ବରୁ ପୂଜାର୍ଚ୍ଚନା, ସମସ୍ତଙ୍କ ହାତରେ ରହିଛି ରକ୍ଷା ସୂତା ଓ ମୁଣ୍ଡରେ ତିଳକ: ଏହି ଘଟଣା ଦିଲ୍ଲୀର ବୁରାଡିରେ ଘଟିଥିବା ଆତ୍ମହତ୍ୟା ଘଟଣାକୁ ତାଜା କରିଦେଇଛି । 2018 ମସିହା ଅକ୍ଟୋବର ମାସରେ ଦିଲ୍ଲୀରେ ଗୋଟିଏ ପରିବାରର ସମସ୍ତ 11ଜଣ ସଦସ୍ୟଙ୍କର ଆତ୍ମହତ୍ୟା ଜନିତ କାରଣରୁ ଜୀବନ ଯାଇଥିଲା । ସେହି ଘଟଣାରେ ଯେଭଳି ଅନ୍ଧବିଶ୍ବାସ ଅର୍ଥାତ ମୃତ୍ୟୁ ପୂର୍ବରୁ ପୂଜାର୍ଚ୍ଚନା କରାଯାଇଥିବା ଦେଖିବାକୁ ମିଳିଥିଲା ଠିକ ସେହିଭଳି ଏହି ଘଟଣାରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ମୃତ୍ୟୁ ପୂର୍ବରୁ ସେଠାରେ ପୂଜାର୍ଚ୍ଚନା କରାଯାଇଥିବା ନେଇ ପୋଲିସକୁ ପ୍ରମାଣ ମିଳିଛି । ଅନ୍ୟପଟେ ସମସ୍ତଙ୍କ ହାତରେ ରକ୍ଷା ସୂତା (ପୂଜା ସୂତା) ବନ୍ଧାଯାଇଥିବା ବେଳେ ମୁଣ୍ଡରେ ତିଳକ ଲଗାଇଥିବା ଦେଖିବାକୁ ମିଳିଛି ।

ଆନ୍ଧ୍ରପ୍ରଦେଶରେ ପୋଲିସର ପଚରାଉଚରା: ଦଶାଶ୍ବମେଧର ଏସିପି ଅବଧେଶ ପାଣ୍ଡେୟଙ୍କ କହିବାନୁଯାୟୀ, ଏବେସୁଦ୍ଧା ଯାଞ୍ଚରେ 3 ଜଣଙ୍କ ନାଁ ସାମ୍ନାକୁ ଆସିଛି । ସେମାନଙ୍କୁ ପଚରାଉଚରା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଆନ୍ଧ୍ରପ୍ରଦେଶ ପୋଲିସ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details