ଓଡିଶା

odisha

By

Published : Dec 15, 2022, 7:00 AM IST

ETV Bharat / bharat

ବିଜେପିରେ ମିଶିଲେ ମେଘାଳୟର ୪ ବିଧାୟକ

ମେଘାଳୟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ମିଶିଲେ ୪ ବିଧାୟକ । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ମେଘାଳୟର ୪ ବିଧାୟକ
ବିଜେପିରେ ମିଶିଲେ ମେଘାଳୟର ୪ ବିଧାୟକ

ନୂଆଦିଲ୍ଲୀ:ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ମେଘାଳୟ ବିଧାୟକ । ଗତକାଲି ମେଘାଳୟର ୪ ଜଣ ବିଧାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି(Four Meghalaya MLAs join BJP) । ସେମାନଙ୍କ ମଧ୍ୟରେ ୨ ଜଣ ଶାସନ ନ୍ୟାସନାଲ ପିପୁଲ୍ସ ପାର୍ଟି(NPP )ର ବେନଡିକ୍ ମାରକ(Benedik Marak), ପରଲିନ୍ ସାଙ୍ଗମା ରହିଥିବା ବେଳେ ସ୍ବାଧୀନ ବିଧାୟକ ସାମୁଏଲ ଏମ ସାଙ୍ଗମା(Samuel M. Sangma) ଓ ଟିଏମସିର ହିମାଳୟା ମୁକ୍ତାନ ସଙ୍ଗପିଲାଙ୍ଗ ମଧ୍ୟ ସାମିଲ ଅଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ୪ ଜଣ ବିଧାୟକ ଦଳରେ ସାମିଲ ହୋଇଛନ୍ତି ।

ଆସନ୍ତା ବର୍ଷ ମେଘାଳୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ୪ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ବିଶ୍ବଶର୍ମା କହିଛନ୍ତି, ''ନରେନ୍ଦ୍ର ମୋଦି ସରକାରରେ ଉତ୍ତର-ପୂର୍ବର ୮ଟି ରାଜ୍ୟରେ ୨୦୧୪ ମସିହା ପରଠାରୁ ବଡ ପରିବର୍ତ୍ତନ ଆସିଛି । ଏହି ରାଜ୍ୟ ଗୁଡିକ ପ୍ରତିଟି କ୍ଷେତ୍ରରେ ଅଗ୍ରଗତି ହାସଲ କରିଛି ।'' ଏହାସହିତ ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି ବିଶ୍ବଶର୍ମା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: India-China clash: ଜମ୍ମୁରେ ଚୀନ ବିରୋଧୀ ପ୍ରଦର୍ଶନ, ଜାଳିଲେ ଜିନପିଙ୍ଗଙ୍କ ଫଟୋ

୨୦୧୮ ମେଘାଳୟ ବିଧାନସଭା ନିର୍ବାଚନରେ ମୋଟ ୬୦ ଆସନରୁ ବିଜେପି ମାତ୍ର ୨ଟି ଜିତିଥିଲା । ଶାସକ ଏନପିପି ବିଜେପି ନେତୃତ୍ବାଧୀନ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ସଦସ୍ୟ ହୋଇଥିବା ସତ୍ତ୍ବେ ଏହାର ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ତେବେ ବିଜେପି ଓ ଏନପିପି ମଧ୍ୟରେ ସମ୍ପର୍କ ସେତେ ଭଲ ନୁହେଁ ।

ABOUT THE AUTHOR

...view details