ଓଡିଶା

odisha

ETV Bharat / bharat

କାମ କଲାନି ଭେଣ୍ଟିଲେଟର, ଚାଲିଗଲା 4 ନବଜାତକଙ୍କ ଜୀବନ - କାମ କଲାନି ଭେଣ୍ଟିଲେଟର

ବିଦ୍ୟୁତ ବିଭ୍ରାଟ ଯୋଗୁଁ ଚାଲିଗଲା 4 ନବଜାତକଙ୍କ ଜୀବନ । ଛତିଶଗଡ ଅମ୍ବିକାପୁର ମେଡିକାଲରେ ଅବହେଳା ଅଭିଯୋଗ । ଦୀର୍ଘ ସମୟ ବିଦ୍ୟୁତ କାଟ ଯୋଗୁଁ 4 ନବଜାତକଙ୍କ ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

କାମ କଲାନି ଭେଣ୍ଟିଲେଟର, ଚାଲିଗଲା 4 ନବଜାତକଙ୍କ ଜୀବନ
କାମ କଲାନି ଭେଣ୍ଟିଲେଟର, ଚାଲିଗଲା 4 ନବଜାତକଙ୍କ ଜୀବନ

By

Published : Dec 5, 2022, 4:31 PM IST

Updated : Dec 5, 2022, 4:38 PM IST

ରାୟପୁର: ବିଦ୍ୟୁତ ବିଭ୍ରାଟ ଯୋଗୁଁ ଚାଲିଗଲା 4 ନବଜାତକଙ୍କ ଜୀବନ । ଛତିଶଗଡ ଅମ୍ବିକାପୁର ମେଡିକାଲ କେଲଜରୁ ଆସିଛି ଦୁଃଖଦ ଘଟଣା । ମେଡିକାଲରେ 4 ଜଣ ନବଜାତକଙ୍କ ମୃତ୍ୟୁ ହୋଇଛି । ମେଡିକାଲର ଏସଏନସିୟୁ ୱାର୍ଡରେ ବିଦ୍ୟୁତ କାଟ ହୋଇଥିବା ନେଇ 4 ଜଣ ନବଜାତକ ଆଖି ବୁଜିଥିବା ଅଭିଯୋଗ ହୋଇଛି । ଦୀର୍ଘ 4 ଘଣ୍ଟା ବିଦ୍ୟୁତ କାଟ ଯୋଗୁ ଭେଣ୍ଟିଲେଟର କାମ ନ କରିବାକୁ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏକାବେଳେ 4 ନବଜାତକଙ୍କ ଜୀବନ ଯିବା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଘଟଣାର ତଦନ୍ତ କରିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ରାତିରେ ଡାକ୍ତରଖାନାରେ ବିଦ୍ୟୁତ କାଟ ହୋଇଥିଲା । ଫଳରେ ଭେଣ୍ଟିଲେଟର କାମ କରିନଥିଲା । ଫଳରେ 4 ନବଜାତକଙ୍କ ମୃତ୍ୟୁ ହୋଇଛି । ଏହାକୁ ଡାକ୍ତରଖାନାରେ ଶିଶୁଙ୍କ ପରିବାର ପକ୍ଷରୁ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚି ମାତୃ ଶିଶୁ ୱାର୍ଡର ନୀରିକ୍ଷଣ କରିଥିଲେ । ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଟିମ ମଧ୍ୟ ପହଞ୍ଚିଥିଲେ । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାୟପୁରରୁ ଅମ୍ବିକାପୁର ଅଭିମୁଖେ ବାହାରି ଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ...ବସଷ୍ଟପରେ ଯାତ୍ରୀଙ୍କ ଉପରେ ମାଡିଗଲା ମୃତ୍ୟୁର ଟ୍ରକ, ୫ ମୃତ

ଅନ୍ୟପଟେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଜିଲ୍ଲାପାଳ କୁମନ କୁମାର କହିଛନ୍ତି, 4ରୁ5 ଘଣ୍ଟା ମଧ୍ୟରେ 4 ନବଜାତକଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ କାଟ ଯୋଗୁ ଏହା ହୋଇ ନଥିବା କହିଛନ୍ତି ଜିଲ୍ଲାପାଳ । ତଦନ୍ତ ଚାଲିଛି ଜଲଦି ଅଘଟଣର ପ୍ରକୃତ କାରଣ ଜଣାପଡିବ ।

Last Updated : Dec 5, 2022, 4:38 PM IST

ABOUT THE AUTHOR

...view details