ବେଙ୍ଗାଲୁରୁ:କର୍ଣ୍ଣାଟକରେ ଦେଖିବାକୁ ମିଳିବାରେ ଲାଗିଛି ଗୋଟିଏ ପରେ ଗୋଟଏ ହିଂସା । ଏବେ ସ୍ବାଧୀନତା ଦିବସରୁ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ବିବାଦକୁ ନେଇ ଅଶାନ୍ତ ହୋଇଛି ରାଜ୍ୟର ଶିବମୋଗା ସହର । ଗୋଟିଏ ପକ୍ଷ ଆଉ ଗୋଟିଏ ପକ୍ଷର ପୋଷ୍ଟର ଉଚ୍ଛେଦ କରି ନିଜ ପୋଷ୍ଟର ଲଗାଇବାକୁ ଚେଷ୍ଟା କରିବା ପରେ ଦେଖିବାକୁ ମିଳିଛି ଉତ୍ତେଜନାମୂଳକ ସ୍ଥିତି । ଏଥିରେ ଦୁଇ ଯୁବକଙ୍କୁ ଛୁରାମାଡ ମଧ୍ୟ ହୋଇଛି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ସମଗ୍ର ଶିବମୋଗା ସହରରେ ଧାରା 144 ଜାରି କରିଛି ସ୍ଥାନୀୟ ଜିଲ୍ଲା ପ୍ରଶାସନ ।
ଆଜି ସହରରେ 144 ଧାରା ଜାରି କରାଯିବା ସହ ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ଜୀବନଯାତ୍ରା ମଧ୍ୟ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଅନାବଶ୍ୟକ ଭାବେ ଭିଡ ଏଡାଇବା ସହ ଲୋକଙ୍କୁ ଏକାଠି ନହେବା ପାଇଁ ପୋଲିସ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଅପରାହ୍ନରେ ସହରରେ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛି ।