ଜୟପୁର: ରାଜସ୍ଥାନରେ ଭୂକମ୍ପ ଝଟକା । ଆଜି ସକାଳ ସମୟରେ ରାଜସ୍ଥାନର ବିକାନେରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ 4.8 ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ମିଳିଛି ।
ତେବେ 24 ଘଣ୍ଟା ମଧ୍ୟରେ ରାଜସ୍ଥାନରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା | ଏହାପୂର୍ବରୁ ବୁଧବାର ଦିନ ରିକ୍ଟର ସ୍କେଲରେ 5.3 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଏହି ସ୍ଥାନରେ ହୋଇଥିଲା । ତେବେ ଏଥିରେ କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ମିଳିପାରିନାହିଁ ।