ଓଡିଶା

odisha

ETV Bharat / bharat

ମେଘାଳୟରେ 4.3 ତୀବ୍ରତାର ଭୂମିକମ୍ପ ଅନୁଭୂତ - ରିକ୍ଟର ସ୍କେଲ

ମେଘାଳୟର ତୁରା ଅଞ୍ଚଳରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ମେଘାଳୟରେ 4.3 ତୀବ୍ରତାର ଭୂମିକମ୍ପ ଅନୁଭୂତ
ମେଘାଳୟରେ 4.3 ତୀବ୍ରତାର ଭୂମିକମ୍ପ ଅନୁଭୂତ

By

Published : Jul 9, 2021, 4:30 PM IST

ସିଲଂ: ମେଘାଳୟର ତୁରା ଅଞ୍ଚଳରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା 4.3 ବୋଲି ଜଣାପଡିଛି । ତେବେ ଏ ସମ୍ପର୍କରେ ସେସିମୋଲୋଜି ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ଦିଆଯାଇଛି ।

ସେସିମୋଲୋଜିର ସୂଚନା ଅନୁସାରେ ଅପରାହ୍ନ ପ୍ରାୟ 1ଟା 15 ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଉତ୍ତର ତୁରା ଅଞ୍ଚଳର ପ୍ରାୟ 53 କିଲୋମିଟର ପର୍ଯ୍ୟନ୍ତ ଲୋକମାନେ ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଅନୁଭୂତ କରିଥିଲେ । ନେସନାଲ ସେଣ୍ଟର ଫର ସେସିମୋଲୋଜି ଏ ସମ୍ପର୍କରେ ଟ୍ବିଟ କରି ସୂଚନା ଦେଇଛନ୍ତି ।

ତେବେ ସୂଚନା ଥାଉ କି ଗତ ଜୁନ 18 ତାରିଖରେ ମେଘାଳୟର ପଶ୍ଚିମ ଖାସୀ ପାର୍ବତ୍ୟ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲର ଏହାର ତୀବ୍ରତା 2.6 ରହିଥିଲା ।

@ANI

ABOUT THE AUTHOR

...view details