ଜୟପୁର: ପାଣି ଟାଙ୍କିରେ ଚେତାଶୂନ୍ୟ ହୋଇ ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର ଉଦ୍ୟମ ବେଳେ ବୁଡିଯାଇ ପ୍ରାଣ ହରାଇଲେ ଅନ୍ୟ 4 ଯୁବକ । ଅନ୍ୟ 3ଜଣ ମଧ୍ୟ ଗୁରୁତର ହୋଇ ଚିକିତ୍ସାଧୀନ ରହିଛନ୍ତି । ଏପରି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନ ଆଜମେର ଜିଲ୍ଲାର ନାସିରାବାଦ ସବଡିଭିଜନ ଅଞ୍ଚଳରେ । ପାଣିରେ ବୁଡି ଯାଉଥିବା ଜଣେ ଯୁବକକୁ ବଞ୍ଚାଇବା ପାଇଁ ଜଣେ ପରେ ଜଣେ ଉକ୍ତ ପାଣିଟାଙ୍କିରେ ପ୍ରବେଶ କରିବା ପରେମୋଟ 7ଜଣ ଯୁବକ ଚେତାଶୂନ୍ୟ ହୋଇ ପଡିଥିଲେ ।
ସମସ୍ତଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ 4ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ 3 ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉକ୍ତ ପାଣି ଟାଙ୍କିରେ ବିଷାକ୍ତ ଗ୍ୟାସ ଲିକ କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଇଛି । ଏହି ଦୁର୍ଘଟଣାରେ 4ଜଣ ଯୁବକଙ୍କର ପ୍ରାଣହାନୀ ଘଟିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି ।