ଅହମ୍ମଦାବାଦ:ଗୋଟିଏ ପରିବାରର 4 ଜଣଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁଜୁରାଟ ଅହମଦାବାଦର ବିରାଟନଗରରେ। ଘଟଣାର ତଦନ୍ତ ନେଇ ଅହମ୍ମଦାବାଦ ପୋଲିସ ପକ୍ଷରୁ ଟିମ ଗଠନ ହୋଇଥିବାବେଳେ ସିଟି କ୍ରାଇମବ୍ରାଞ୍ଚ ମଧ୍ୟ ସାମିଲ ହୋଇଛି।
ସୂଚନା ମୁତାବକ ଅହମ୍ମଦାବାଦ ବିରାଟନଗର ଅଞ୍ଚଳର ଦିବ୍ୟପ୍ରଭା ସୋସାଇଟିର ଏକ ଘରୁ ଦୁର୍ଗନ୍ଧ ଆସୁଥିବାରୁ ଆଖପାଖ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି 4 ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧ ମହିଳା, ଜଣେ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ପରଠାରୁ ପରିବାରର ମୁଖ୍ୟ ବିନୋଦ ମରାଠୀ ନିଖୋଜ ଅଛନ୍ତି। ସେଥିପାଇଁ ପୋଲିସ ତାଙ୍କ ଉପରେ ସନ୍ଦେହ କରୁଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ। ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ପାରିବାରିକ କଳହ ଯୋଗୁଁ ବିନୋଦ ସଭିଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।