ଓଡିଶା

odisha

ETV Bharat / bharat

କୋରୋନା ତୃତୀୟ ଲହରୀରେ କେମିତି ଲାଗିବ ରୋକ ? କେନ୍ଦ୍ର ବୈଜ୍ଞାନିକ ପରାମର୍ଶଦାତା ଦେଖାଇଲେ ରାସ୍ତା - କୋରୋନା ତୃତୀୟ ଲହରୀ

ଦ୍ବିତୀୟ ଲହରୀ ଠୁ କେତେ ଭୟଙ୍କର ହେବ କୋରୋନାର ତୃତୀୟ ଲହରୀ ? କେତେ ଗୁଣ ଅଧିକ ରହିବ ସଂକ୍ରମଣ ହାର ? ଏସବୁ ପ୍ରଶ୍ନ ମଧ୍ୟରେ ବଢୁଛି ଲୋକୋଙ୍କ ମନର ଆଶଙ୍କା । ଏହାର ଉତ୍ତର ରଖିଛନ୍ତି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ । ଅଧିକ ପଢନ୍ତୁ...

କୋରୋନା ତୃତୀୟ ଲହରୀରେ କେମିତି ଲାଗିବ ରୋକ ? କେନ୍ଦ୍ର ବୈଜ୍ଞାନିକ ପରାମର୍ଶଦାତା ଦେଖାଇଲେ ରାସ୍ତା
କୋରୋନା ତୃତୀୟ ଲହରୀରେ କେମିତି ଲାଗିବ ରୋକ ? କେନ୍ଦ୍ର ବୈଜ୍ଞାନିକ ପରାମର୍ଶଦାତା ଦେଖାଇଲେ ରାସ୍ତା

By

Published : May 7, 2021, 7:16 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାରି ରହିଛି କୋରୋନା ଦ୍ବିତୀୟ ଲହରୀର ପ୍ରକୋପ । ଭୟାବହତା ମଧ୍ୟରେ ତୃତୀୟ ଲହରୀକୁ ନେଇ ଦିଆଗଲାଣି ଚେତାବନୀ । ଦ୍ବିତୀୟ ଲହରୀ ଠୁ କେତେ ଭୟଙ୍କର ହେବ କୋରୋନାର ତୃତୀୟ ଲହରୀ ? କେତେ ଗୁଣ ଅଧିକ ରହିବ ସଂକ୍ରମଣ ହାର ? ଏସବୁ ପ୍ରଶ୍ନ ମଧ୍ୟରେ ବଢୁଛି ଲୋକୋଙ୍କ ମନର ଆଶଙ୍କା ।

ଦେଶରେ କୋରୋନାର ତୃତୀୟ ଲହରୀ ଆଗମନ ବିଷୟରେ ଚେତାବନୀ ଦେଇଥିବା କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ବିଜୟ ରାଘବନ କହିଛନ୍ତି ଯେ ଯଦି ଆମେ ଦୃଢ ପଦକ୍ଷେପ ଗ୍ରହଣ କରୁ, ତେବେ ଏହା ସମ୍ଭବ ଯେ ଦେଶର ପରବର୍ତ୍ତୀ ଲହରୀକୁ ରୋକାଯାଇପାରିବ ।

ବିଜୟ ରାଘବନ ଶୁକ୍ରବାର କହିଛନ୍ତି, ଯଦି ଆମେ ଦୃଢ ପଦକ୍ଷେପ ଗ୍ରହଣ କରୁ, ତେବେ ତୃତୀୟ ଲହରୀ କୌଣସି ସ୍ଥାନକୁ ଆସିପାରିବ ନାହିଁ । କେନ୍ଦ୍ର ସରକାରଙ୍କ ବରିଷ୍ଠ ବୈଜ୍ଞାନିକ ପରାମର୍ଶଦାତା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସ୍ଥାନୀୟ, ରାଜ୍ୟ, ଜିଲ୍ଲା, ସହର ସ୍ତରରେ ଗାଇଡଲାଇନ କେତେ ପ୍ରଭାବଶାଳୀ ଭାବରେ ପାଳନ କରାଯାଉଛି ତାହା ଉପରେ ଏହି ସବୁ ବିଷୟ ନିର୍ଭର କରେ।

ଭାରତରେ ଜାରି ରହିଛି ମହାମାରୀ କୋରୋନା ଦ୍ବିତୀୟ ଲହରୀର ପ୍ରକୋପ । ବଢିଚାଲିଛି ସଂକ୍ରମଣ ସଂଖ୍ୟା । ଏପଟେ କୋରୋନାର ନୂଆ ରୂପକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ । ଏହି ମଧ୍ୟରେ ଦେଶରେ ତୃତୀୟ ଲହରୀ ଆସିବା ନେଇ ଦେଖାଦେଇଛି ଆଶଙ୍କା । ଦ୍ବିତୀୟ ପରେ ଭାରତରେ କୋରୋନାର ତୃତୀୟ ଲହରୀ ଆସିପାରେ ବୋଲି ଚେତାବନୀ ଦେଇଥିଲେ କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା । ଦେଶରେ କୋରୋନାର ତୃତୀୟ ଲହରୀ ନିଶ୍ଚିତ ଆସିବ ବୋଲି କେନ୍ଦ୍ର ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କହିଥିଲେ ।

ABOUT THE AUTHOR

...view details