ଓଡିଶା

odisha

ETV Bharat / bharat

ଉଦ୍ୟାନକୃଷି ଫସଲ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି

ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (Ministry of Agriculture and Farmers Welfare Government of India ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି । ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ । ଅଧିକ ପଢନ୍ତୁ

By

Published : Oct 28, 2022, 7:32 AM IST

Etv Bharat
Etv Bharat

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (Ministry of Agriculture and Farmers Welfare Government of India ) ପକ୍ଷରୁ ୨୦୨୧-୨୨ ବର୍ଷ ପାଇଁ ବିଭିନ୍ନ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି । ଏହାର ତଥ୍ୟ ଅନୁଯାୟୀ, ୨୮.୦୮ ନିୟୁତ ହେକ୍ଟର କ୍ଷେତ୍ରରେ ୩୪୨.୩୩ ନିୟୁତ ଟନ ଉତ୍ପାଦନ ନେଇ ଆକଳନ କରାଯାଇଛି ଯାହାକି ଏକ ରେକର୍ଡ । କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ( Narendra Singh Tomar) ଏହି ଉପଲବ୍ଧି ପାଇଁ ଉଦ୍ୟାନ କୃଷି କ୍ଷେତ୍ରର ଚାଷୀ, ବୈଜ୍ଞାନିକ ଏବଂ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ଅନ୍ୟ ସରକାରୀ ଏଜେନ୍ସି ସୂତ୍ରରୁ ପ୍ରାପ୍ତ ସୂଚନା ଆଧାରରେ ୨୦୨୧-୨୨ ବର୍ଷ ପାଇଁ ଉଦ୍ୟାନ କୃଷି ଫସଲର କ୍ଷେତ୍ର ଏବଂ ଉତ୍ପାଦନକୁ ନେଇ ତୃତୀୟ ଅଗ୍ରୀମ ଆକଳନ ଜାରି କରାଯାଇଛି ।

୨୦୨୧-୨୨ ବର୍ଷ-ତୃତୀୟ ଅଗ୍ରୀମ ଆକଳନ

ଆର୍ଥିକ ବର୍ଷ ୨୦୨୧-୨୨ ବର୍ଷରେ ମୋଟ ୩୪୨.୩୩ ନିୟୁତ ଟନ ମୋଟ ଉଦ୍ୟାନ କୃଷି ଉତ୍ପାଦନ ହେବା ନେଇ ଆକଳନ କରାଯାଇଛି । ଏହା ୨୦୨୦-୨୧ (ଅନ୍ତିମ) ବର୍ଷ ତୁଳନାରେ ୭.୭୩ ନିୟୁତ ଟନ (୨.୩% ବୃଦ୍ଧି) ଅଧିକ । ସେହିପରି ପୂର୍ବ ବର୍ଷ ୧୦୨.୪୮ ନିୟୁତ ଟନ ଫଳ ଉତ୍ପାଦନ ତୁଳନାରେ ଚଳିତ ବର୍ଷ ଏହା ୧୦୭.୨୪ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି । ପନିପରିବା ଉତ୍ପାଦନ ପୂର୍ବବର୍ଷ ୨୦୦.୪୫ ନିୟୁତ ଟନ ଥିବା ବେଳେ ଚଳିତ ବର୍ଷ ୨୦୪.୮୪ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି । ଗତ ବର୍ଷ ପିଆଜ ଉତ୍ପାଦନ ୨୬.୬୪ ନିୟୁତ ଟନ ଥିଲା ଯାହାକି ଏଥର ୩୧.୨୭ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି ।

ଆଳୁ ଉତ୍ପାଦନ ୫୩.୩୯ ନିୟୁତ ଟନ ଥିଲା ଏହା ଏବେ ୫୬.୧୭ ନିୟୁତ ଟନ ହେବା ନେଇ ଆକଳନ କରାଯାଇଛି । ବାଇଗଣ ଉତ୍ପାଦନ ପୂର୍ବ ବର୍ଷର ୨୦.୩୩ ନିୟୁତ ଟନ ତୁଳନାରେ ଚଳିତ ବର୍ଷ ୨୧.୧୮ ନିୟୁତ ଟନ ରହିବା ନେଇ ଆକଳନ କରାଯାଇଛି ।

ABOUT THE AUTHOR

...view details