ଓଡିଶା

odisha

By

Published : Dec 5, 2020, 10:10 AM IST

ETV Bharat / bharat

ଦେଶରେ 96 ଲକ୍ଷ ପାର କଲା କୋରୋନା ମାମଲା

24 ଘଣ୍ଟାରେ ଦେଶରେ 36,652 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 96 ଲକ୍ଷ 8 ହଜାର 211ରେ ପହଞ୍ଚିଛି । ଅଧିକ ପଢନ୍ତୁ...

96 ଲକ୍ଷ ପାର କଲା କୋରୋନା ମାମଲା
96 ଲକ୍ଷ ପାର କଲା କୋରୋନା ମାମଲା

ନୂଆଦିଲ୍ଲୀ: ଦେଶରେ କୋରୋନାର ଡାଉନ ଟ୍ରେଣ୍ଡ ଜାରି । 96 ଲକ୍ଷ ପାର କଲା ଦେଶର କୋରୋନା ମାମଲା । ଏହି କ୍ରମରେ 24 ଘଣ୍ଟାରେ ଦେଶରେ 36,652 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 96 ଲକ୍ଷ 8 ହଜାର 211ରେ ପହଞ୍ଚିଛି ।

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 90 ଲକ୍ଷ 58 ହଜାର 822 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 4 ଲକ୍ଷ 9 ହଜାର 689 ଜଣ ଏବେବି ଚିକିତ୍ସିତ ହେଉଛନ୍ତି । ଏହାଛଡା 24 ଘଣ୍ଟାରେ 512 କୋରୋନା ମୃତ୍ୟୁ ମିଶାଇ ଦେଶରେ ଏଯାବତ୍ 1 ଲକ୍ଷ 39 ହଜାର 700 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details