ଓଡିଶା

odisha

2 ବର୍ଷ ମଧ୍ୟରେ ବିଷାକ୍ତ ମଦ ନେଇଛି 3608 ଜୀବନ

By

Published : Mar 24, 2022, 6:35 AM IST

2018 ରୁ 2020 ମଧ୍ୟରେ ସାରା ଦେଶରେ ପ୍ରାଣ ହରାଇଛନ୍ତି 3608 ଜଣ । ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

ବର୍ଷ 2018-20 ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି 3608
ବର୍ଷ 2018-20 ମଧ୍ୟରେ ବିଷାକ୍ତ ମଦ ପିଇ ପ୍ରାଣ ହରାଇଛନ୍ତି 3608

ନୂଆଦିଲ୍ଲୀ: 2018ରୁ 2020 ମଧ୍ୟରେ ସାରା ଦେଶରେ ବିଷାକ୍ତ ମଦ ପିିଇ ମୋଟ 3608 ଜଣଙ୍କର ମୃତ୍ୟୁ ଘଟିଛି । ବୁଧବାର ଏନେଇ ଗୃହରେ ଉତ୍ତର ରଖିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏକ ପ୍ରଶ୍ନରେ ଲିଖିତ ଉତ୍ତରରେ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁସାରେ, 2018ରେ 1,365 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 2019ରେ 1,296 ଏବଂ 2020ରେ 947 ଜଣଙ୍କର ମୃତ୍ୟୁ ଘଟିଛି।

2018ରେ ମଧ୍ୟପ୍ରଦେଶ ମଦମୃତ୍ୟୁ ମାମଲାରେ ଶୀର୍ଷରେ ରହିଥିଲା । ମଧ୍ୟପ୍ରଦେଶରେ ମୋଟ 410ଜଣ ପ୍ରାଣ ହରାଇଛନ୍ତି । ସେହିପରି ତା ପଛକୁ 218 ଜଣଙ୍କ ମୃତ୍ୟୁ ସହ କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ, ହରିୟାଣା 162 ଏବଂ ପଞ୍ଜାବ 159 ମୃତ୍ୟୁ ରେକର୍ଡ କରାଯାଇଥିଲା ।

ସେହିପରି ବର୍ଷ 2019ରେ, କର୍ଣ୍ଣାଟକରେ ସର୍ବାଧିକ 268 ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦ୍ବିତୀୟ ରାଜ୍ୟ ଭାବେ 191ଜଣଙ୍କ ମୃତ୍ୟୁ ସହ ପଞ୍ଜାବ ରହିଥିଲା । ସେହିପରି କ୍ରମାନ୍ବୟରେ ମଧ୍ୟପ୍ରଦେଶ 190 ଓ ଝାଡଖଣ୍ଡ ଏବଂ ଛତିଶଗଡରେ ବର୍ଷରେ 115 ଜଣଙ୍କର ମୃତ୍ୟୁ ଘଟିଛି । 2020ରେ 214 ଜଣଙ୍କ ମୃତ୍ୟୁ ସହିତ ମଧ୍ୟପ୍ରଦେଶ ତାଲିକାର ଶୀର୍ଷରେ ରହିଥିଲା । ଏହା ପରେ ଝାଡଖଣ୍ଡ 139 ଏବଂ ପଞ୍ଜାବରେ 133ଜଣ ବିଷାକ୍ତ ମଦ ପିଇ ପ୍ରାଣ ହରାଇଥବା ସରକାରୀ ଭାବେ ସୂଚନା ଥିବା କେନ୍ଦ୍ରମନ୍ତ୍ରୀ ରାୟ ଗୃହକୁ ଅବଗତ କରାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details