ନୂଆଦିଲ୍ଲୀ: ନୂଆ କରି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ଅଶ୍ବିନୀ ବୈଷ୍ଣବ ଆମେରିକାର ପେନିସିଲଭାନିଆ ହ୍ବାର୍ଟନ ସ୍କୁଲରୁ ଏମବିଏ ଡିଗ୍ରୀ ହସଲ କରିଛନ୍ତି । ଏହାସହ ସେ IIT କାନପୁରରୁ M.Tech ଡି୍ଗ୍ରୀ ହାସଲ କରିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଭାବରେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ଅଶ୍ବିନୀ ବୈଷ୍ଣବ । 2004 ମସିହାରେ ଏନଡିଏ ନିର୍ବାଚନ ହାରିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଚିବ ନିଯୁକ୍ତ ହୋଇଥିଲେ ଅଶ୍ବିନୀ ବୈଷ୍ଣବ । 1999 ମସିହାରେ ବାଲେଶ୍ବର ଜିଲ୍ଲାପାଳ ଥିବା ସମୟରେ ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ ।
ସେହିଭଳି ଆଉ ଜଣେ ପ୍ରଶାସନିକ ଅଧିକାରୀ ରାମଚନ୍ଦ୍ର ପ୍ରସାଦ ସିଂହ ମଧ୍ୟ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ବିହାରର ନାଳନ୍ଦା ଜିଲ୍ଲା ବାସିନ୍ଦା ହେଉଛନ୍ତି ରାମଚନ୍ଦ୍ର ପ୍ରସାଦ ସିଂହ । ନୀତିଶ ସରକାରଙ୍କ ସମୟରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ । ନୀତିଶ କୁମାର 1990 ମସିହାରେ ରେଳ ମନ୍ତ୍ରୀ ଥିବା ବେଳେ ରାମ ଚନ୍ଦ୍ର ପ୍ରସାଦ ସେଣ୍ଟ୍ରାଲ ଡେପ୍ୟୁଟେସନରେ ରହିଥିଲେ । ପରବର୍ତ୍ତୀ ସମୟରେ ସେ ପ୍ରଶାସନିକ ଅଧିକାରୀରୁ ରାଜନୀତିରେ ପାଦ ଥାପିଥିଲେ । ବିହାର ରାଜ୍ୟସଭା ସାଂସଦ ଆସନ ପାଇଁ ସେ ମନୋନୀତ ହୋଇଥିଲେ। ଦ୍ବିତୀୟ ଥର ପାଇଁ ସାଂସଦ ମନୋନୀତ ହୋଇଛନ୍ତି । ଜନତା ଦଳ ନେତା ଭାବେ ସେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି।