ଓଡିଶା

odisha

ETV Bharat / bharat

ଗତବର୍ଷର ରେକର୍ଡ ଭାଙ୍ଗିଲା କୋରୋନା; ଗତ 24 ଘଣ୍ଟାରେ 3,32,730 ଆକ୍ରାନ୍ତ ଚିହ୍ନଟ - india coronaupdate

ଦେଶରେ ଗତ ବର୍ଷର ରେକର୍ଡ ଭାଙ୍ଗିଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 3,32,730 ଦୈନିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

ଗତବର୍ଷର ରେକର୍ଡ ଭାଙ୍ଗିଲା କୋରୋନା; ଦେଶରେ 3,32,730 ଦୈନିକ ଆକ୍ରାନ୍ତ ଚିହ୍ନଟ
ଗତବର୍ଷର ରେକର୍ଡ ଭାଙ୍ଗିଲା କୋରୋନା; ଦେଶରେ 3,32,730 ଦୈନିକ ଆକ୍ରାନ୍ତ ଚିହ୍ନଟ

By

Published : Apr 23, 2021, 11:13 AM IST

ନୂଆଦିଲ୍ଲୀ: କୋରୋନା କାୟାରେ କବଳିତ ଦେଶ । ଦୈନିକ ସଂକ୍ରମଣ ହେଉଛନ୍ତି ଲକ୍ଷାଧିକ ଲୋକ । କ୍ଷିପ୍ର ଗତିରେ ମାଡି ଚାଲିଛି କୋରୋନା ମହାମାରୀର ଦ୍ବିତୀୟ ଲହର । ସାରା ଦେଶରେ ମହାମାରୀକୁ ନେଇ ହାହାକାର ପଡିଯାଇଛି । ଏହାରି ମଧ୍ୟରେ ଗତ 24 ଘଣ୍ଟାରେ ଦେଶରେ ନୂଆ 3 ଲକ୍ଷ 32 ହଜାର 730 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ

ଆଉ 3 ଲକ୍ଷ 32 ହଜାର 730 ଜଣ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 62 ଲକ୍ଷ 63 ହଜାର 695ରେ ପହଞ୍ଚିଛି । 1 ଲକ୍ଷ 93 ହଜାର 279 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 36 ଲକ୍ଷ 48 ହଜାର 159ରେ ପହଞ୍ଚିଛି । ଗତ 24 ଘଣ୍ଟାରେ ମୃତ୍ୟୁ ହୋଇଥିବା 2263ଜଣଙ୍କୁ ମିଶାଇ ମୋଟ ମୃତକଙ୍କ ସଂଖ୍ୟା 1 ଲକ୍ଷ 86 ହଜାର 920ରେ ପହଞ୍ଚିଥିବା ଜଣାପଡ଼ିଛି । ତେବେ ଏବେ ମଧ୍ୟ 24 ଲକ୍ଷ 28 ହଜାର 616 ଜଣ ସକ୍ରିୟ ମାମଲା ରହିଛି ।

କୋରୋନା ସଂକ୍ରମଣ ବ୍ୟାପି ଚାଲିଥିବା ବେଳେ କେନ୍ଦ୍ର ସରକାର ଟୀକାକରଣ ପ୍ରକ୍ରିୟାକୁ ମଧ୍ୟ ଜାରି ରଖିଛନ୍ତି । ଗତ ବୁଧବାର ସୁଦ୍ଧା ଦେଶରେ ମୋଟ 13 କୋଟି 54 ଲକ୍ଷ 78 ହଜାର 420 ଜଣଙ୍କୁ ଟିକା ଦିଆଯାଇଛି । ଟୀକାକରଣ ପରେ ମଧ୍ୟ ସଂକ୍ରମଣ ହେଉଥିବାରୁ ଦେଶବାସୀଙ୍କୁ କୋଭିଡ ନିୟମ ସଠିକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବା ଓ ବାରମ୍ବାର ହାତ ସାନିଟାଇଜ କଲେ କୋରୋନା ଭାଇରସଠାରୁ ରକ୍ଷା ମିଳିପାରିବ । ଏପ୍ରିଲ 22 ତାରିଖ ପର୍ଯ୍ୟନ୍ତ 27 କୋଟି 44 ଲକ୍ଷ 45 ହଜାର 653 ଟି ନମୁନାର କୋଭିଡ ପରୀକ୍ଷଣ କରାଯାଇଥିବା ଆଇସିଏମଆର ସୂଚନା ଦେଇଛି ।

@ANI

ABOUT THE AUTHOR

...view details