ଓଡିଶା

odisha

By

Published : Dec 7, 2020, 10:38 AM IST

ETV Bharat / bharat

ଦେଶରେ 24 ଘଣ୍ଟାରେ 32981 କୋରୋନା ପଜିଟିଭ ରିପୋର୍ଟ, 391ମୃତ

ଜନବହୁଳ ଦେଶ ଭାରତରେ ଚିନ୍ତାର କାରଣ ପାଲଟିଛି କୋରୋନା ସଂକ୍ରମଣ । ଏବେ ସୁଦ୍ଧା ଆସୁଛି ଅହେତୁକ ମାତ୍ରାରେ ପଜିଟିଭ ରିପୋର୍ଟ । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ 32,981 କୋରୋନା ପଜିଟିଭ ରିପୋର୍ଟ, 391ମୃତ
ଦେଶରେ 24 ଘଣ୍ଟାରେ 32,981 କୋରୋନା ପଜିଟିଭ ରିପୋର୍ଟ, 391ମୃତ

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ପ୍ରତ୍ୟେକ ଦିନ 30 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ ହେଉଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ, ଗତ 24 ଘଣ୍ଟାରେ 32 ହଜାର 981ଟି ପଜିଟିଭ ରିପୋର୍ଟ ହୋଇଛି । ଯେଉଁଥିରେ 391 ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ରବିବାର ର କୋରୋନା ରିପୋର୍ଟ ଅନୁସାରେ, ମୋଟ ସଂକ୍ରମିତଙ୍କ ସଂଖ୍ୟା 96 ଲକ୍ଷ 77 ହଜାର 203ରେ ପହଞ୍ଚିଛି । ଏଥିରୁ 1 ଲକ୍ଷ 40 ହଜାର 573 ଜଣଙ୍କର ମୃତ୍ୟୁ ହୋଇଛି । 91 ଲକ୍ଷ 39 ହଜାର 901 ଜଣ ସୁସ୍ଥ ହୋଇଥିବାବେଳେ, 3 ଲକ୍ଷ 96 ହଜାର 729 ଜଣ ଦେଶର ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି ।

ABOUT THE AUTHOR

...view details