ଓଡିଶା

odisha

By

Published : Aug 3, 2021, 10:20 AM IST

ETV Bharat / bharat

ଦିନକରେ 30,549 ସଂକ୍ରମିତ ଚିହ୍ନଟ, 422 ମୃତ

ଗତ 24 ଘଣ୍ଟାରେ 30 ହଜାର 549 ନୂଆ ଆକ୍ରାନ୍ତ ଚିହ୍ନଟ, 422 ମୃତ । ଅଧିକ ପଢନ୍ତୁ...

ଦିନକରେ 30,549 ସଂକ୍ରମିତ ଚିହ୍ନଟ, 422 ମୃତ
ଦିନକରେ 30,549 ସଂକ୍ରମିତ ଚିହ୍ନଟ, 422 ମୃତ

ନୂଆଦିଲ୍ଲୀ: ଖସୁଛି ଦେଶରେ କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 30 ହଜାର 549 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ 38 ହଜାର 887 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦିନକରେ 422 ମୁଣ୍ଡ ନେଇଛି ଘାତକ ଭୂତାଣୁ ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 କୋଟି 17 ଲକ୍ଷ 26 ହଜାର 507 ରେ ପହଞ୍ଚିଛି । ସେହିପରି ମୋଟ 3 କୋଟି 8 ଲକ୍ଷ 96 ହଜାର 354 ଜଣ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା କୋରୋନା କବଳରେ ଦେଶରୁ 4 ଲକ୍ଷ 25 ହଜାର 195 ଜଣଙ୍କ ପ୍ରାଣ ଯାଇଛି ଏବଂ 4 ଲକ୍ଷ 04 ହଜାର 958 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୋଟ 47 କୋଟି 85 ଲକ୍ଷ 44 ହଜାର 114 ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details