ଓଡିଶା

odisha

ETV Bharat / bharat

ଆଶ୍ବସ୍ତି ଦେଲା ସଂକ୍ରମଣ, ୪ ମାସ ପରେ ଆଜି ସବୁଠୁ କମ ଚିହ୍ନଟ - କୋରୋନା ଅପଡେଟ୍

ଗତ ୨୪ ଘଣ୍ଟାରେ ଦେଶରୁ ୩୦ ହଜାର ୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୩୭୪ ମୃତ । ଅଧିକ ପଢନ୍ତୁ...

ଦିନକରେ ୩୦,୦୯୩ ଆକ୍ରାନ୍ତ ଚିହ୍ନଟ, ୩୭୪ ମୃତ
ଦିନକରେ ୩୦,୦୯୩ ଆକ୍ରାନ୍ତ ଚିହ୍ନଟ, ୩୭୪ ମୃତ

By

Published : Jul 20, 2021, 9:52 AM IST

Updated : Jul 20, 2021, 12:18 PM IST

ନୂଆଦିଲ୍ଲୀ: ପୁଣି ଦିନକରେ ଦେଶରୁ ୩୦ ହଜାର ୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ୪୫ ହଜାର ୨୫୪ ସୁସ୍ଥହୋଇ ଘରକୁ ଫେରି ଥିବାବେଳେ ୩୭୪ ଜଣଙ୍କ ମୃତ୍ୟୁ । ତେବେ କୋରୋନାର ସମ୍ଭାବ୍ୟ ତୃତୀୟ ଲହର ଦେଶବାସୀ ତଥା ପ୍ରଶାସନକୁ ଚିନ୍ତାରେ ପକାଇ ଥିବାବେଳେ ସଂକ୍ରମଣ ହ୍ରାସ ସାମାନ୍ୟ ଆଶ୍ବସ୍ତି ଦେଇଛି ।

ଗତ ୪ ମାସ ବା ୧୨୫ ଦିନ ମଧ୍ୟରେ ଆଜି(ମଙ୍ଗଳବାର) ଦେଶରେ ସବୁଠୁ କମ ସଂଖ୍ୟକ କୋରୋନାରେ ଆକ୍ରାନ୍ତ ହୋଇଥିବା ଆକଳନ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ଯ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୭୪ ହଜାର ୩୨୨ରେ ପହଞ୍ଚିଛି । ସେହିପରି ୩ କୋଟି ୩ ଲକ୍ଷ ୫୩ ହଜାର ୭୧୦ ସୁସ୍ଥ ହୋଇ ଘରକୁ ଫେରି ଥିବାବେଳେ ମୋଟ ୪ ଲକ୍ଷ ୬ ହଜାର ୧୩୦ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ଏଥିସହ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ ୪ ଲକ୍ଷ ୧୪ ହଜାର ୪୧୮ ଜଣଙ୍କ ମହାମାରୀ କବଳରେ ପ୍ରାଣହାନୀ ଘଟିଛି । ତେବେ ୪୧ କୋଟି ୧୮ ଲକ୍ଷ ୪୬ ହଜାର ୪୦୧ ଜଣଙ୍କ ଟୀକାକରଣ ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 20, 2021, 12:18 PM IST

ABOUT THE AUTHOR

...view details