ଶ୍ରୀନଗର:ଏବେ ଘାଟିର ବିଭିନ୍ନ ସ୍ଥାନରେ ସକ୍ରିୟ ଅଛନ୍ତି ପ୍ରାୟ 3ଶହ ଆତଙ୍କୀ । ଏମାନେ ଜମ୍ମୁ କାଶ୍ମୀରର ରଜୌରୀ ଓ ପୁଞ୍ଚ ଆଦି ବିଭିନ୍ନ ସ୍ଥାନରେ ସକ୍ରିୟ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ଭାରତୀୟ ସେନାର ଉତ୍ତର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ (Lieutenant General Upendera Dwivedi) ।
ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜି (ମଙ୍ଗଳବାର) ପ୍ରେସମିଟରେ ଏହି ସୂଚନା ଦେଇ କହିଛନ୍ତି, ଏବେ ପ୍ରାୟ 3ଶହ ଆତଙ୍କୀ ସକ୍ରିୟ ଥିବା ବେଳେ ସେମାନଙ୍କ ମଧ୍ୟରେ 82ଜଣ ବିଦେଶୀ ତଥା ସୀମାପାର ଆତଙ୍କବାଦୀ ଓ 53ଜଣ ସ୍ଥାନୀୟ ଆତଙ୍କୀ ଥିବା ସେନା ନିକଟରେ ସୂଚନା ରହିଛି । ସେହିପରି ଅବଶିଷ୍ଟ 170ଜଣ ଆତଙ୍କୀଙ୍କ ସମ୍ପର୍କରେ କିଛି ସୂଚନା ସେନା ଦ୍ୱାରା ହସ୍ତଗତ ହୋଇ ପାରିନାହିଁ (terrorists active in Jammu)। ସେମାନଙ୍କୁ ଅଜ୍ଞାତ ତାଲିକାଭୁକ୍ତ କରାଯାଇଛି ।