ମୁମ୍ବାଇ: ଦେଶର ବିଜନେସ କ୍ୟାପିଟାଲ ମୁମ୍ବାଇରୁ ନିର୍ଭୟା ଘଟଣା ଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ସହ ଦୁଷ୍କର୍ମ ପରେ ପଶୁତ୍ବର ସମସ୍ତ ସୀମା ଟପିବା ନେଇ ଖବର ନିଆଁ ପରି ବ୍ୟାପିବାରେ ଲାଗିଛି । ଦୁଷ୍କର୍ମ ପରେ ଅଭିଯୁକ୍ତ ମହିଳାଙ୍କ ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଇଛି ରଡ୍ ।
ସାକୀ ନାକା ଅଞ୍ଚଳରେ ଘଟିଛି ଏଭଳି ଘୃଣ୍ୟ ଘଟଣା । କୈରାନୀ ରୋଡରେ ଜଣେ ୩୦ ବର୍ଷୀୟ ମହିଳାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇଛି ଓ ପରେ ଅଭିଯୁକ୍ତ ତାଙ୍କ ଗୁପ୍ତାଙ୍ଗରେ ରଡ୍ ଭର୍ତ୍ତି କରିଦେଇଛି । ସଙ୍କଟାପନ୍ନ ଅବସ୍ଥାରେ ମହିଳାଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାମଲା ସାମ୍ନାକୁ ଆସିବା ପରେ ପୋଲିସ ତତ୍ପରତା ଦେଖାଇ ଅଭିଯୁକ୍ତକୁ ଗିରଫ କରିଛି ।