ଡେରାଡୁନ:ବିବାହ ମଣ୍ଡପରୁ ସିଧା ଜେଲ ଗଲା ବର । ଖାଲି ବର ନୁହେଁ, ବରର ପରିବାର ମଧ୍ୟ ଜେଲ ଯାଇଛନ୍ତି । ଉତ୍ତରାଖଣ୍ଡ ନୈନିତାଲ ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରୁଥିବା ସମୟରେ ମାଡ଼ି ବସିଲା ପୋଲିସ । ଛାତ୍ରୀ ଜଣକ ନାବାଳିକା ଥିବାରୁ ବିବାହ କରିବା ବେଆଇନ । ବିବାହ ସମ୍ପର୍କରେ ପୋଲିସ ଖବର ପାଇବା ମାତ୍ରେ ମଣ୍ଡପରେ ପହଞ୍ଚି ବର ଓ ଉଭୟ ପରିବାରର ୬ ଜଣ ସଦସ୍ୟଙ୍କୁ ଗିରଫ କରିଛି ।
ଏହି ଘଟଣାଟି ହଳଦ୍ବାନି ମୁଖାନି ଥାନା ଅଞ୍ଚଳରେ ଘଟିଛି । ଗତ ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ଏହି ବିବାହ ସମ୍ପର୍କରେ ହଳଦ୍ବାନି ପୋଲିସକୁ ଖବର ମିଳିଥିଲା । ନାବାଳିକାଙ୍କୁ ନବବଧୂ ସଜାଇ ବିବାହ ମଣ୍ଡପରେ ବସାଯାଇଥିଲା । ଏହାପରେ ପୋଲିସ ବରକନ୍ୟାଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ ନବବଧୂକୁ ମାତ୍ର ୧୬ ବର୍ଷ ବୟସ ହୋଇଥିବା ବେଳେ ବରକୁ ୩୦ ବର୍ଷ ବୟସ । ବର ଜଣକ ଉତ୍ତରପ୍ରଦେଶ ହାଥରସ ଜିଲ୍ଲାର ଅଧିବାସୀ ବୋଲି ପୋଲିସ ଜାଣିବାକୁ ପାଇଥିଲା । ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ଉଭୟଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇସାରିଥିଲା ।
ଏହା ବି ପଢନ୍ତୁ- କଟକରେ ବଳ ପୂର୍ବକ ନାବାଳିକା ବିବାହ, ଉଦ୍ଧାର କଲା CWC