ଓଡିଶା

odisha

ETV Bharat / bharat

Nagaland killings: ୩୦ ଯବାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ - ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା

ଗତବର୍ଷ ଡିସେମ୍ବର ମାସରେ ସେନା ଯବାନଙ୍କ ଗୁଳିରେ ନାଗାଲାଣ୍ଡରେ 14 ସାଧାରଣ ସ୍ଥାନୀୟ ଜନତା ପ୍ରାଣ ହରାଇଥିଲେ । ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ୩୦ ଜଣ ଭାରତୀୟ ଯବାନଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଅଧିକ ପଢନ୍ତୁ

Nagaland killings:୩୦ ଯବାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
Nagaland killings:୩୦ ଯବାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

By

Published : Jun 12, 2022, 7:04 AM IST

କୋହିମା: ଗତବର୍ଷ ଡିସେମ୍ବର ମାସରେ ସେନା ଯବାନଙ୍କ ଗୁଳିରେ ନାଗାଲାଣ୍ଡରେ 14 ସାଧାରଣ ସ୍ଥାନୀୟ ଜନତା ପ୍ରାଣ ହରାଇଥିଲେ। ଏହି ମାମଲାରେ ଗତକାଲି(ଶନିବାର) SIT ପକ୍ଷରୁ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା । ନାଗାଲାଣ୍ଡ ସ୍ବତନ୍ତ୍ର ତଦନ୍ତକାରୀ ଟିମ(SIT)ପ୍ରଦାନ କରିଥିବା ଚାର୍ଜସିଟରେ 30ଜଣ ସୁରକ୍ଷାକର୍ମୀଙ୍କ ନାମ ଉଲ୍ଲେଖ ରହିଛି । ଏମାନଙ୍କ ବିରୋଧରେ ଆଇପିସି ଧାରା 120(B), 302, 307, 326, 201, 34 ଅନୁସାରା ମାମଲା ରୁଜୁ କରାଯାଇଛି।

ନାଗାଲାଣ୍ଡରେ ମୁତୟନ ହୋଇଥିବା ୨୧ଜଣ ପାରା ସ୍ପେଶାଲ୍ ଫୋର୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଘଟଣାରେ ଉଭୟ ସେନା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତ ପାଇଁ ଘୋଷଣା କରାଯାଇଥିଲା । ସେହିପରି ଆମ୍ବୁସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସେନା ପକ୍ଷରୁ ଏସଓପି ପାଳନ କରାଯାଇନଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି।

ସୂଚନାଅନୁସାରେ, ଗତବର୍ଷ ଡିସେମ୍ବର 4 ତାରିଖରେ ଏହି ସୁରକ୍ଷାକର୍ମୀମାନେ ଉଗ୍ରବାଦୀ ମନେକରି ଭୁଲ ବଶତଃ ଉକ୍ତ ନାଗରିକଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ 14 ସାଧାରଣ ଜନତାଙ୍କ ସମେତ ଜଣେ ଯବାନଙ୍କୁ ମିଶାଇ ମୋଟ 15 ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ନାଗାଲାଣ୍ଡ ସମେତ ସମସ୍ତ ଉତ୍ତର-ପୂର୍ବ ରାଜ୍ୟରେ ପୁଣି ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (AFSPA) ପ୍ରତ୍ୟାହାର ନେଇ ମଧ୍ୟ ଦାବି ମଧ୍ୟ ଜୋର ଧରିଥିଲା ।

ଏହା ମଧ୍ୟ ପଢନ୍ତୁ: Nagaland killings: ନାଗାଲାଣ୍ଡ ଗୁଳିକାଣ୍ଡରେ SOP ଅନୁପାଳନ କରିନଥିଲା ସେନା

ଆତଙ୍କବାଦୀ ନିରୋଧୀ ଅପରସେନ ବେଳେ ସେନା ସଠିକ sop ଅନୁପାଳନ କରିନଥିବା ତଦନ୍ତ ରିପୋର୍ଟରେ ଦର୍ଶାଇଛି ରାଜ୍ୟ ପୋଲିସ । ଗତକାଲି(ଶନିବାର) ଘଟଣା ସମ୍ପର୍କରେ ନାଗାଲାଣ୍ଡ ପୋଲିସ DG ପ୍ରେସମିଟ କରି ଗଣମାଧ୍ୟମରେ ଏପରି ତଥ୍ୟ ରଖିଛନ୍ତି ।

ABOUT THE AUTHOR

...view details