ଲକ୍ଷ୍ନୌ:ଉତ୍ତର ପ୍ରଦେଶର କାନପୁରରେ ଜିକା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଜି 30 ନୂଆ ଜିକା ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଆଜିର ସଂକ୍ରମଣ ମାମଲାକୁ ମିଶାଇ ଉତ୍ତର ପ୍ରଦେଶରେ ମୋଟ ସଂକ୍ରମଣ ସଂଖ୍ୟା 66କୁ ବୃଦ୍ଧି ପାଇଛି । ଯାହା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି।
ସୂଚନା ଅନୁସାରେ, ଗତମାସ 24 ତାରିଖରେ ରାଜ୍ୟରେ ଜିକା ଭୂତାଣୁ ସଂକ୍ରମଣର ପ୍ରଥମ ମାମଲା କାନପୁର ସହରରେ ଦେଖିବାକୁ ମିଳିଥିଲା । ସେତେବେଳେ ଜଣେ ବାୟୁସେନା କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ଗୁରୁତ୍ବର ସହ ନେଇଥିଲା ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ। ଉକ୍ତ ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୂନା ସଂଗ୍ରହ ଆରମ୍ଭ କରିଥିଲେ। କିନ୍ତୁ ଏହା ସତ୍ତ୍ବ ମାମଲା ବୃଦ୍ଧି ପାଇବା ଉତ୍ତର ପ୍ରଦେଶ ସରକାରଙ୍କ ଚିନ୍ତା ବଢାଇଛି।