ଓଡିଶା

odisha

ETV Bharat / bharat

ରାଜଧାନୀ କିବକୁ ପ୍ରବେଶ ଅପେକ୍ଷାରେ ଋଷ ସେନାର ୩୦ କିମି ଲମ୍ବା କାଫିଲା: UK - ଋଷର ୟୁକ୍ରେନ ଆକ୍ରମଣ

ୟୁକ୍ରେନ ରାଜଧାନୀ କିବକୁ ପ୍ରବେଶ କରିବା ପାଇଁ ଅପେକ୍ଷା କରିଛି ଋଷ ସେନାର ୩୦ କିମି ଲମ୍ବା କାଫିଲା । ୟୁକ୍ରେନୀୟଙ୍କ ପ୍ରବଳ ପ୍ରତିରୋଧ ଯୋଗୁ ସହରରେ ପ୍ରବେଶ ବିଳମ୍ବ ହେଉଥିବା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା । ଅଧିକ ପଢନ୍ତୁ

ରାଜଧାନୀ କିବକୁ ପ୍ରବେଶ ଅପେକ୍ଷାରେ ଋଷ ସେନାର ୩୦ କିମି ଲମ୍ବା କାଫିଲା: UK
ରାଜଧାନୀ କିବକୁ ପ୍ରବେଶ ଅପେକ୍ଷାରେ ଋଷ ସେନାର ୩୦ କିମି ଲମ୍ବା କାଫିଲା: UK

By

Published : Mar 3, 2022, 6:16 PM IST

ଲଣ୍ଡନ:ୟୁକ୍ରେନ ରାଜଧାନୀ କିବ ଦଖଲ ପାଇଁ ଆଗକୁ ବଢୁଛି ଋଷ ସେନାର ୩୦ କି.ମି ଲମ୍ବା କାଫିଲା । ତେବେ ସହରକୁ ପ୍ରବେଶ କରି ନିୟନ୍ତ୍ରଣକୁ ହାତକୁ ନେବାରେ ବାଧକ ସାଜିଛନ୍ତି ୟୁକ୍ରେନୀୟ ସାଧାରଣ ନାଗରିକ । ସେମାନଙ୍କ ପ୍ରବଳ ପ୍ରତିରୋଧ ଓ ଆକ୍ରମଣ ପ୍ରସ୍ତୁତି ଋଷ ସେନାର ଅଭିଯାନ ବିଳମ୍ବ କରିବା ଦିଗରେ ଏକ ବଡ ଆହ୍ବାନ ସୃଷ୍ଟି କରିଛି ବୋଲି କହିଛି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ।

ବ୍ରିଟିଶ ରକ୍ଷା ମନ୍ତ୍ରଣାଳୟ ଟ୍ବିଟ କରିଛି, ଏବେ ମଧ୍ୟ କିବ ଦଖଲ କରିବା ପାଇଁ ଆଗକୁ ବଢୁଥିବା ଋଷ ସେନା ସହରର କେନ୍ଦ୍ରସ୍ଥଳରୁ ଦୂରରେ ରହିଛି । ସହରକୁ କୌଣସି ପ୍ରକାର ପ୍ରବେଶରୁ ଋଷ ସେନାକୁ ରୋକିବା ପାଇଁ ୟୁକ୍ରେନୀୟମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏପରି ସ୍ଥଳେ ଋଷର ଅଭିଯାନ ଏତେଟା ସହଜ ହେଲା ପରି ମନେ ହେଉନାହିଁ ବୋଲି ଲଣ୍ଡନ ପକ୍ଷରୁ କୁହାଯାଇଛି ।

ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି, ଅନ୍ୟତମ ପ୍ରମୁଖ ୟୁକ୍ରେନୀୟ ସହର ଖାର୍କିଭରେ ଭୟଙ୍କର ଆକ୍ରମଣ ସତ୍ତ୍ବେ ମଧ୍ୟ ଋଷ ସେନା ସେଠାରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିବାରେ ସକ୍ଷମ ହୋଇନାହିଁ । ଏବେ ମଧ୍ୟ ସେଠାରେ ୟୁକ୍ରେନ ସେନା ସକ୍ରିୟ ଭାବେ ମୁକାବିଲା କରୁଛି । ଏହି ଯୁଦ୍ଧରେ 498 ଋଷ ସୈନିକଙ୍କର ମୃତ୍ୟୁ ହୋଇସାରିଛି ଏବଂ 1,597 ଜଣ ଆହତ ହୋଇଛନ୍ତି । ମୃତ ଓ ଆହତଙ୍କ ପ୍ରକୃତ ସଂଖ୍ୟା ଦର୍ଶାଯାଉଥିବା ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ ହେବ ଏବଂ ବୃଦ୍ଧି ପାଇବ ବୋଲି ବିବୃତ୍ତିରେ ଦର୍ଶାଯାଇଛି ।

ଆଜି (ଗୁରୁବାର) ସକାଳୁ ୟୁକ୍ରେନର ରାଜଧାନୀ କିବରେ କୌଣସି ମୁହୂର୍ତ୍ତରେ ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ମାଡ ଆଶଙ୍କାକୁ ଦେଖି ଏୟାର ରେଡ୍ ଆଲର୍ଟ ଜାରି ରହିଛି । ତେବେ ଋଷ ସେନା ପଛକୁ ହଟିବା ପରିବର୍ତ୍ତେ କିବ ଦଖଲ କରିବା ପାଇଁ ସମ୍ପୂର୍ଣ୍ଣ ଅଭିଯାନ ହାତକୁ ନେଇ ସାରିଥିବାବେଳେ ୟୁକ୍ରେନର ମୁକାବିଲା ଓ ଗରିଲା ଯୁଦ୍ଧ ଫଳରେ କିବ ଉପରେ ଦଖଲ ଏତେଟା ସହଜ ନହେବା ନେଇ ମଧ୍ୟ ବିଭିନ୍ନ ରାଷ୍ଟ୍ରମାନେ ଆକଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details