ଓଡିଶା

odisha

ETV Bharat / bharat

ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା ଦେଖିଲାଣି 3 ରାଷ୍ଟ୍ରପତି, ସମସ୍ତଙ୍କ ସହ ବନ୍ଧୁତା ଘନିଷ୍ଠ - ବାଇଡେନଙ୍କୁ ଭେଟିବେ ମୋଦି

20ରୁ ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ କାର୍ଯ୍ୟକାଳରେ ଆମେରିକା ଦେଖିଲାଣି 3 ରାଷ୍ଟ୍ରପତି । ହେଲେ ମୋଦିଙ୍କ ସହ ଜାରି ରହିଛି ସମସ୍ତ ରାଷ୍ଟ୍ରପତିଙ୍କ ଘନିଷ୍ଠତା । ବହୁ ଦିଗରୁ ଚର୍ଚ୍ଚାରେ ମୋଦିଙ୍କ ଚଳିତ ଆମେରିକା ଗସ୍ତ । ଅଧିକ ପଢନ୍ତୁ

ଆମେରିକାରେ ବଦଳିଲେଣି 3 ରାଷ୍ଟ୍ରପତି, ମୋଦିଙ୍କ ସହ ସମସ୍ତଙ୍କ ବନ୍ଧୁତା ଘନିଷ୍ଠ
ଆମେରିକାରେ ବଦଳିଲେଣି 3 ରାଷ୍ଟ୍ରପତି, ମୋଦିଙ୍କ ସହ ସମସ୍ତଙ୍କ ବନ୍ଧୁତା ଘନିଷ୍ଠ

By

Published : Jun 19, 2023, 6:15 PM IST

ନୂଆଦିଲ୍ଲୀ:ଚଳିତ 20 ତାରିଖରୁ ଆମେରିକା ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଆମେରିକା ଗସ୍ତ ଦୁଇ ଦେଶର ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ କରିବା ନେଇ ଉଭୟ ଦେଶର ସରକାର କହୁଛନ୍ତି । ଏହା ଏକାଧିକ ଦିଗରୁ ଦୁଇ ଦେଶର ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ମଧ୍ୟ । 2014ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଭଲ ବନ୍ଧୁତା ରହିଆସିଛି । ମୋଦିଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା 3 ରାଷ୍ଟ୍ରପତିଙ୍କ ଶାସନ ଦେଖିଲାଣି । ଦୁଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହୋଇ ତୃତୀୟ ରାଷ୍ଟ୍ରପତି ଭାବେ ଜୋ.ବାଇଡେନଙ୍କ ଶାସନ ଜାରି ରହିଛି । ସମସ୍ତ 3 ରାଷ୍ଟ୍ରପତିଙ୍କ ସହ ମୋଦିଙ୍କର ଘନିଷ୍ଠ ବନ୍ଧୁତାର ଧାରା ରହିଆସିଛି ।

ମୋଦି-ଓବାମା ସମ୍ପର୍କ:-

2014ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଭାରତରେ ବିଜେପି ଶାସନ ଆରମ୍ଭ ହେଲା । 2008ରେ ଆମେରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ବାରାକ ହୁସେନ ଓବାମାଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଥିଲା । 2016 ପର୍ଯ୍ୟନ୍ତ ଓ୍ବାଶିଂଟନ ପ୍ରଶାସନର ମୁଖ୍ୟ ଥିବା ଓବାମା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଓବମାଙ୍କ କାର୍ଯ୍ୟକାଳରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ମୋଟ 7ଥର ସାକ୍ଷାତ ହୋଇଛି । 2014ରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଓବାମାଙ୍କ ଗୁଜୁରାଟୀ ଭାଷାରେ ‘କେମ୍‌ ଛୋ...’ ସମ୍ବୋଧନ ଚର୍ଚ୍ଚାକୁ ଆସିଥିଲା ।

ଭାରତକୁ ଆଣବିକ ଯୋଗାଣକାରୀ ଗୋଷ୍ଠୀର ସଦସ୍ୟତା ଦେବାରେ ଓବାମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ପରେ ଓବାମା ଭାରତ ଗସ୍ତରେ ଆସିଥିଲେ, ଉଭୟ ନେତା ଏକାଠି 'ମନ୍ କି ବାତ' କାର୍ଯ୍ୟକ୍ରମକୁ ମିଳିତ ଭାବେ ସମ୍ବୋଧିତ କରିଥିଲେ । ଉଭୟଙ୍କ ମଧ୍ୟରେ 'ଚାଏ ପେ ଚର୍ଚ୍ଚା ' କାର୍ଯ୍ୟକ୍ରମ ମଧ୍ୟ ବିଶ୍ବବ୍ୟାପୀ ଚର୍ଚ୍ଚାକୁ ଆସିଥିଲା । ଏହି ସମୟରେ ଆହ୍ଲାବାଦ, ଅଜମେର ଏବଂ ବିଶାଖାପାଟନମକୁ ସ୍ମାର୍ଟ ସିଟି ଭାବେ ବିକଶିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ପ୍ରତ୍ୟେକ ମଞ୍ଚରେ ମୋଦି ଏବଂ ଓବାମା ପରସ୍ପରକୁ ଘନିଷ୍ଠ ବନ୍ଧୁ ଭାବେ ସମ୍ବୋଧିତ କରିଥିଲେ ।

ମୋଦି-ଟ୍ରମ୍ପ ସମ୍ପର୍କ:-

ଓବାମାଙ୍କ ପରେ 2016 ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ । ହେଲେ ଭାରତ-ଆମେରିକା ସମ୍ପର୍କ ପୂର୍ବ ପରି ଜାରି ରହିଥିଲା । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓବାମାଙ୍କ ପରି ଟ୍ରମ୍ପଙ୍କ ସହ ଘନିଷ୍ଠ ବନ୍ଧୁ ଭାବେ ସାମ୍ନାକୁ ଆସିଥିଲେ । କିଛି ପ୍ରସଙ୍ଗରେ ଟ୍ରମ୍ପଙ୍କ ଆଭିମୁଖ୍ୟ ଭାରତ ଆମେରିକା ସମ୍ପର୍କରେ ସାମାନ୍ୟ ତିକ୍ତତା ସୃଷ୍ଟି କରିବା ପରି ଥିଲେ ସୁଦ୍ଧା ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବ୍ୟକ୍ତିଗତ ଘନିଷ୍ଠତା ବଜାୟ ରହିଥିଲା ।

ଟ୍ରମ୍ପଙ୍କ ଶାସନ ଆରମ୍ଭରେ ଭାରତ-ଆମେରିକାର ବାଣିଜ୍ୟ ଅସନ୍ତୁଳନ ଦେଖାଯାଇଥିଲା । S-400 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆମଦାନୀ ପ୍ରସଙ୍ଗରେ ଉଭୟ ଦେଶ ମଧ୍ୟରେ ସାମାନ୍ୟ ତିକ୍ତତା ଦେଖାଯାଇଥିଲା । ମାତ୍ର ଏକ ବର୍ଷ ମଧ୍ୟରେ ଉଭୟ ନେତାଙ୍କ ଘନିଷ୍ଠତା ପୁଣି ଥରେ ବିଶ୍ବବାସୀ ଦେଖିବାକୁ ପାଇଥିଲେ । ଉଭୟ ନେତା ଆମେରିକା ଏବଂ ଭାରତରେ ଦୁଇଟି ବିଶାଳ ସମାବେଶକୁ ସମ୍ବୋଧିତ କରି ବ୍ୟକ୍ତିଗତ ବନ୍ଧୁତା ସହ ଦୁଇ ଦେଶର ସୁସମ୍ପର୍କର ଉଦାହରଣ ଦେଇଥିଲେ । ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ସମ୍ବୋଧିତ କିରଥିଲେ । ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଭାରତ ଗସ୍ତ କରି ଗୁଜୁରାଟରେ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ମୋଦି-ବାଇଡେନ ସମ୍ପର୍କ:-

ବର୍ଷ 2020ରେ ଆମେରିକାର ସର୍ବାଧିକ ବୟସ୍କ ରାଷ୍ଟ୍ରପତି ଜୋ.ବାଇଡେନଙ୍କ କାର୍ଯ୍ୟକାଳ ଆରମ୍ଭ ହେଲା । ଏହା ପୂର୍ବରୁ 2019ରେ ଭାରତରେ ମୋଦି ସରକାରର ଦ୍ବିତୀୟ ପାଳି ମଧ୍ୟ ଆରମ୍ଭ ହୋଇସାରିଥିଲା । ତେବେ ପୂର୍ବ ରାଷ୍ଟ୍ରପତିଙ୍କ ପରି ବାଇଡେନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଘନିଷ୍ଠତା ଦେଖାଇବାରେ କୌଣସି ଅବସର ଛାଡିଲେ ନାହିଁ । 2023 ମେ’ 21 ତାରିଖରେ ଜାପାନ ହିରୋସିମାରେ ଆୟୋଜିତ QUAD ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ।


ଆମେରିକାରେ ମୋଦିଙ୍କ ଲୋକପ୍ରିୟତା ବେଶ ଅଧିକ । ସେ ମୋଦିଙ୍କଠାରୁ ଅଟୋଗ୍ରାଫ ନେବାକୁ ଚାହାନ୍ତି ବୋଲି ବାଇଡେନ କହିଥିଲେ । ସେତେବେଳେ ରାଷ୍ଟ୍ରପତି ବାଇଡେନଙ୍କ ଏହି କଥା ଉଭୟଙ୍କ ମଧ୍ୟରେ ଘନିଷ୍ଠତାକୁ ପୁଣି ସାମ୍ନାକୁ ଆଣିବା ସହ ମୋଦିଙ୍କ ବ୍ୟକ୍ତିତ୍ବକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଥିଲା । ଏବେ ପୁଣି ବାଇଡେନଙ୍କ ନିମନ୍ତ୍ରଣ ରକ୍ଷା କରି ହ୍ବାଇଟ ହାଉସର ନୈଶ୍ୟଭୋଜିରେ ସାମିଲ ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେ ଏହି ସମ୍ମାନଜନକ ନୈଶ୍ୟଭୋଜି ସହ ଆମେରିକା କଂଗ୍ରେସ (ସଂସଦ) ର ମିଳିତ ଅଧିବେଶନକୁ ମଧ୍ୟ ସମ୍ବୋଧିତ କରିବେ । ଆମେରିକା କଂଗ୍ରେସର ମିଳିତ ଅଧିବେଶକୁ ପ୍ରଧାନମନ୍ତ୍ରୀ ମୋଦି ଦ୍ବିତୀୟ ଥର ସମ୍ବୋଧିତ କରିବାକୁ ଯାଉଥିବା ବେଳେ ଏହି କ୍ରମରେ ସେ ବିଶ୍ବର ତୃତୀୟ ନେତା ହେବାକୁ ଯାଉଛନ୍ତି । ଏହା ପୂର୍ବରୁ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ଓ ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ଜନନାୟକ ନେଲସନ ମାଣ୍ଡେଲା ହିଁ ଆମେରିକା କଂଗ୍ରେସ ମିଳିତ ସମ୍ବୋଧିତ କରିଛନ୍ତି । ଏହି କ୍ରମରେ ମୋଦିଙ୍କ ନାମ ମଧ୍ୟ ଯୋଡି ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details