ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କ(Uddhav Thackeray) ଅଡୁଆ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଜାରି ରହିଛି ରାଜନୈତିକ ସଙ୍କଟ । କାମ ଦେଉନି ଠାକରେଙ୍କ ଅନୁରୋଧ । ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟୀରେ ଡେରା ପକାଇଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଶିବସେନା ବର୍ତ୍ତମାନ ସିନ୍ଧେଙ୍କ ସାଥ୍ ଦେଉଛନ୍ତି । ବର୍ତ୍ତମାନ ଶିବସେନାର 40ରୁ ଅଧିକ ବିଧାୟକ ଏକନାଥ ସିନ୍ଧେଙ୍କ ସହ ରହିଛନ୍ତି ।
ବୁଧବାର ବିଳମ୍ବିତ ରାତିରେ ଶିବସେନାର ଆଉ ୪ ବିଧାୟକ ଆସାମରେ ପହଞ୍ଚିଥିଲେ । ସେଠାରୁ ଗୌହାଟି ଯାଇ ଏକନାଥ ସିନ୍ଦେଙ୍କ ସହ ହୋଟେଲ୍ରେ ସାକ୍ଷାତ କରିଥିଲେ । ଅନ୍ୟପଟେ ଆଜି ଆଉ ୩ ବିଧାୟକ ଯାଇ ଏକନାଥ ସିନ୍ଦେଙ୍କ ସହ ସାକ୍ଷାତ କରି ନିଜର ସମର୍ଥନ ଜଣାଇଛନ୍ତି । ଗୌହାଟିର ରାଡିସନ୍ ବ୍ଲୁ ହୋଟେଲରେ ପହଞ୍ଚି ସିନ୍ଧେଙ୍କୁ ସମର୍ଥନ ଜଣାଇଛନ୍ତି ।
ସୂଚନାଅନୁସାରେ, ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର 34 ଜଣ ବିଧାୟକଙ୍କ ଦସ୍ତଖତ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କ ନିକଟକୁ ପଠାଇଛନ୍ତି । ଏହି ଚିଠିରେ ସେମାନେ ଏକନାଥ ସିନ୍ଦେଙ୍କୁ ସମର୍ଥନ କରୁଥିବା ଦର୍ଶାଇଛନ୍ତି । ରାଜ୍ୟପାଳଙ୍କୁ ଚିଠି ଲେଖି ବିଦ୍ରୋହୀ ବିଧାୟକମାନେ ସିନ୍ଦେଙ୍କୁ ନିଜ ନେତା ବୋଲି ଘୋଷଣା କରିଛନ୍ତି । ଏହାରି ମଧ୍ୟରେ ବରିଷ୍ଠ ନେତା ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ଅପସାରଣ କରିଛି ଦଳ । 2019 ନଭେମ୍ବରରେ ସିନ୍ଧେଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରିଥିଲା ଦଳ ।
ଏକନାଥ ସିନ୍ଦେ କହିଛନ୍ତି, "ଭାରତ ଗୋଗୱାଲେଙ୍କୁ ଶିବସେନା ବିଧାନସଭା ଦଳର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ତେଣୁବିଧାନସଭା ପାର୍ଟି ବୈଠକରେ ସୁନୀଲ ପ୍ରଭାସଙ୍କ ଦ୍ୱାରା ଦିଆଯାଇଥିବା ଆଦେଶ ବେଆଇନ ଅଟେ ।" ବିଦ୍ରୋହୀ ଶିବସେନା ବିଧାୟକମାନେ କହିଛନ୍ତି ଯେ ବିଭିନ୍ନ ଚିନ୍ତାଧାରା କାରଣରୁ ଏନସିପି ଏବଂ କଂଗ୍ରେସ ସହିତ ମେଣ୍ଟ ସରକାର ଗଠନ ପାଇଁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ