ଓଡିଶା

odisha

ETV Bharat / bharat

ଟଳିଲା ବଡ ବିପଦ: ଡ୍ରୋନରୁ ମିଳିଲା IED, ନିଷ୍କ୍ରିୟ କଲା ସେନା - ଡ୍ରୋନକୁ ଗୁଳି କରି ଖସାଇଲା ସେନା

ସୀମା ସୁରକ୍ଷା ବଳକୁ ବଡ ସଫଳତା । ଗତକାଲି ରାତିରେ ଏକ ଡ୍ରୋନ ଗୁଳି କରି ଖସାଇବା ପରେ ସେଥିରୁ ଜବତ ହେଲା IED । ସୁରକ୍ଷିତ ନିଷ୍କ୍ରିୟ କଲା ସେନା । ଅଧିକ ପଢନ୍ତୁ

ଟଳିଲା ବଡ ବିପଦ: ଡ୍ରୋନରୁ ମିଳିଲା IED, ନିଷ୍କ୍ରିୟ କଲା ସେନା
ଟଳିଲା ବଡ ବିପଦ: ଡ୍ରୋନରୁ ମିଳିଲା IED, ନିଷ୍କ୍ରିୟ କଲା ସେନା

By

Published : Jun 7, 2022, 10:06 PM IST

ଶ୍ରୀଗନର:ଗତକାଲି (ସୋମବାର) ରାତିରେ ସୀମା ସୁରକ୍ଷା ବଳ (BSF)କୁ ବଡ ସଫଳତା । କାଶ୍ମୀରର କାନାଚାକ୍ ଅଞ୍ଚଳରେ ଏକ ଡ୍ରୋନକୁ ଗୁଳି କରି ଖସାଇବା ପରେ ସେଥିରୁ 3ଟି IED ଜବତ କରାଯାଇଛି ।IED ଜବତ ହେବା ପରେ ଉକ୍ତ ବିସ୍ଫୋରକ ସାମଗ୍ରୀକୁ SOP ଅନୁସାରେ ସେନା ସୁରକ୍ଷିତ ସ୍ଥାନକୁ ନେଇ ନିଷ୍କ୍ରିୟ ମଧ୍ୟ କରିଛି ।

ସୂଚନା ଅନୁସାରେ, ରାତି ପାଟ୍ରୋଲିଂ ଦାୟିତ୍ବରେ ଥିବା ସୀମା ସୁରକ୍ଷା ବଳର ପାର୍ଟି ରାତି ପ୍ରାୟ 11ଟା ସମୟରେ କାନାଚାକ ଡାୟରାନ୍ ଅଞ୍ଚଳରେ ଏକ ଡ୍ରୋନ ଗତିବିଧି ନେଇ ସୂଚନା ପାଇଥିଲେ । ପରେ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଥିଲା । ସେଥିରେ 3 ଟିଫିନ୍ ବାକ୍ସ ଭିତରେ ପ୍ୟାକ୍ ହୋଇଥିବା ତିନୋଟି ଚୁମ୍ବକୀୟ IED ଜବତ କରାଯାଇଥିଲା ।

ସବୁଠୁ ବଡ କଥା ହେଉଛି, ଉକ୍ତ ବିସ୍ଫୋରକରେ ବିସ୍ଫୋରଣ ପାଇଁ ଟାଇମ ମଧ୍ୟ ଦିଆସାରିଥିଲା । ତୁରନ୍ତ BSF ପକ୍ଷରୁ SOP ମୁତାବକ ଏହାକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିଷ୍କ୍ରିୟ କରାଯାଇଛି । ସୁରକ୍ଷା ବଳର ତତ୍ପରତା ପାଇଁ କୌଣସି ଏକ ବଡ ଧରଣର ବିସ୍ଫୋରଣକୁ ଟାଳିବା ସମ୍ଭବ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details