ନୂଆଦିଲ୍ଲୀ:ଲିଫ୍ଟରୁ ଖସି 3 ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ନୂଆଦିଲ୍ଲୀର ଦ୍ବାରକା ସେକ୍ଟର 14 ଅଞ୍ଚଳରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ ମଙ୍ଗଳବାର ଦ୍ବାରକା ସେକ୍ଟର 14 ଅଞ୍ଚଳରେ ଡିଡିଏ କନଷ୍ଟକସନରେ କାମ ଚାଲୁଥିବା ବେଳେ ଲିଫ୍ଟରୁ 4 ଜଣ ଶ୍ରମିକ ଖସି ପଡିଥିଲେ । ଆହତ ତିନି ଜଣଙ୍କୁ ସେକ୍ଟର -12, ଦ୍ବାରକା ସ୍ଥିତ ଶ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅନ୍ୟଜଣଙ୍କୁ ଦ୍ବାରକା ମୋରେ ଥିବା ତାରକ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ହେଲେ ଡାକ୍ତରଖାନାରେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଉଛନ୍ତି 50 ବର୍ଷିୟ ପନ୍ନା ଲାଲ ଯାଦବ, 29 ବର୍ଷିୟ ବସନ୍ତ ଓ ମଙ୍ଗଲ ପ୍ରସାଦ ସିଂ ବୋଲି ଜଣାପଡିଛି । ଅନ୍ୟ ଜଣେ ଶ୍ରମିକ ସୁରେନ୍ଦର ରାୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।