କାଠମାଣ୍ଡୁ:ନେପାଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟାସ୍ଥିତି ଉପୁଜିଛି । ସିନ୍ଧୁପାଲଚୌକ ଜିଲ୍ଲାରେ ଜଳପ୍ରଳୟ । ବନ୍ୟାରେ ବର୍ତ୍ତମାନସୁଦ୍ଧା 7 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି ।
ନେପାଳରେ ଜଳପ୍ରଳୟ; 20 ନିଖୋଜ, 3 ଭାରତୀୟଙ୍କ ମିଳୁନି ପତ୍ତା - ସିନ୍ଧୁପାଲଚୌକ ଜଳପ୍ରଳୟ
ନେପାଳ ସିନ୍ଧୁପାଲଚୌକ ଜିଲ୍ଲାରେ ଜଳପ୍ରଳୟ । 20 ଜଣ ନିଖୋଜ ହୋଇଥିବା ସିନ୍ଧୁପାଲଚୌକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏଥିରେ 3 ଭାରତୀୟ ଓ 3 ଚୀନ ନାଗରିକ ସାମିଲ ଅଛନ୍ତି । ଅଧିକ ପଢନ୍ତୁ...
ନେପାଳରେ ଜଳପ୍ରଳୟ; 20 ନିଖୋଜ, 3 ଭାରତୀୟଙ୍କ ମିଳୁନି ପତ୍ତା
ନିଖୋଜଙ୍କ ମଧ୍ୟରେ ଭାରତୀୟ ଓ ଚୀନ ନାଗରିକ ସାମିଲ ଅଛନ୍ତି । 20 ଜଣ ନିଖୋଜ ହୋଇଥିବା ସିନ୍ଧୁପାଲଚୌକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଏଥିରେ 3 ଭାରତୀୟ ଓ 3 ଚୀନ ନାଗରିକ ସାମିଲ ଅଛନ୍ତି ।
ପ୍ରବଳ ବର୍ଷା କାରଣରୁ ନଦୀର ଜଳସ୍ତର ବୃଦ୍ଧି ପାଉଛି । ସ୍ଥିତି ଏତେ ଖରାପ ଯେ ଲୋକଙ୍କ ଘେରି ପାଣି ପଶିସାରିଲାଣି । କିଛି ଜାଗାରେ ବିଦ୍ୟୁତ ଖୁଣ୍ଟି ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଖାପାଖି 200 ଘର କ୍ଷତିଗ୍ରସ୍ତ ହୋଇଛି ।