ଓଡିଶା

odisha

ଦିଲ୍ଲୀ ବିମାନ ବନ୍ଦରରେ 24 ଘଣ୍ଟାରେ 1 କୋଟି 60 ଲକ୍ଷ ଟଙ୍କାର ସୁନା ଜବତ, 3 ଗିରଫ

By

Published : Apr 17, 2023, 10:17 PM IST

ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଗୋଟିଏ ଦିନରେ କୋଟିଏ 60 ଲକ୍ଷ ଟଙ୍କାର ସୁନା ଜବତ । ମଧ୍ୟ ପ୍ରାଚ୍ୟରୁ ଆସିଥିବା 3 ଯାତ୍ରୀ ଗିରଫ । ଅଧିକ ପଢନ୍ତୁ

ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡିଲା ସୁନା ତସ୍କରୀ ଗ୍ୟାଙ୍ଗ: 3 ଗିରଫ, କୋଟିଏ 60 ଲକ୍ଷ ଟଙ୍କାର ସୁନା ଜବତ
ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡିଲା ସୁନା ତସ୍କରୀ ଗ୍ୟାଙ୍ଗ: 3 ଗିରଫ, କୋଟିଏ 60 ଲକ୍ଷ ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ:ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ ହୋଇଛି କୋଟିଏ 60 ଲକ୍ଷ ଟଙ୍କାର ସୁନା । ମାତ୍ର ଗୋଟିଏ ଦିନରେ ଭିନ୍ନ ଭିନ୍ନ ଅପରେସନରେ ବିମାନ ବନ୍ଦର କଷ୍ଟମ ବିଭାଗ ଏହି ସଫଳତା ପାଇଥିବା ବେଳେ ମୋଟ 3 ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଏୟାରପୋର୍ଟ ଥାନାକୁ ହସ୍ତାନ୍ତର କରିଛି କଷ୍ଟମ ବିଭାଗ । ଜବତ ସୁନାର ପରିମାଣ ପ୍ରାୟ 3 କେ.ଜିରୁ ଅଧିକ ରହିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ 1 କୋଟି 60 ଲକ୍ଷ ଟଙ୍କା ହେବା ନେଇ କଷ୍ଟମ ବିଭାଗ କହିଛି । ଗିରଫ ସମସ୍ତ ଅଭିଯୁକ୍ତ ଭାରତୀୟ ଓ ସେମାନେ ମଧ୍ୟପ୍ରାଚ୍ୟରୁ ଫେରୁଥିଲେ ।

କଷ୍ଟମ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ତିନିଟି ଭିନ୍ନ ଅପରେସନରେ ଏହି ସଫଳତା ମିଳିଛି । ତିନି ଭାରତୀୟ ନାଗରିକ ଭିନ୍ନ ଭିନ୍ନ ବିମାନରେ ଭିନ୍ନ ଭିନ୍ନ ସମୟରେ ଦିଲ୍ଲୀରେ ଅବତରଣ କରିଥିଲେ । ସେମାନେ ସୁନା ତସ୍କରୀରେ ସମ୍ପୃକ୍ତ ଥିବା ନେଇ ପୂର୍ବରୁ ରାଜସ୍ବ ଗୁଇନ୍ଦା ବିଭାଗ ପାଖରେ ସୂଚନା ପହଞ୍ଚି ସାରିଥିଲା । ସେମାନଙ୍କୁ ଧରିବା ପାଇଁ କଷ୍ଟମ ବିଭାଗର ଅଧିକାରୀଙ୍କ ଏକ ଟିମ ମଧ୍ୟ ଗଠନ କରାଯାଇଥିଲା । ଏହି ଟିମ ଗୋଟଏ ଦିନରେ ଏହି 3ଟି ଅପରେସନରେ ସଫଳତା ପାଇଛି । 3 ଟି ଅପରେସନରେ ମୋଟ 3 କେ ଜିରୁ ଅଧିକ ପରିମାଣର ପ୍ରାୟ 1କୋଟି 60 ଲକ୍ଷ ଟଙ୍କା ପିରମାଣର ସୁନା ଜବତ କରାଯାଇଛି । ଜବତ ସୁନା ମଧ୍ୟରେ ବିସ୍କୁଟ ଓ ଅନ୍ୟ ଆକାରରେ ସୁନା ରଖାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କ ଏୟାର ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ପ୍ରାଥମିକ ଜେରା ପରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।

ତେବେ ମଧ୍ୟପ୍ରାଚ୍ୟ ଦେଶରୁ ଭାରତକୁ ସୁନା ତସ୍କରୀ ଏହା ପ୍ରଥମ ଘଟଣା ନୁହେଁ ବରଂ ପୂର୍ବରୁ ମଧ୍ୟ ଦିଲ୍ଲୀ ବିମାନ ବନ୍ଦରରେ ସୁନା ଜବତ ହୋଇସାରିଛି । କେବଳ ଦିଲ୍ଲୀ ନୁହେଁ ଦେଶର ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁନା ଜବତ ହେବାର ନଜିର ରହିଛି । ସୁନା ଚୋରା କାରବାର ରୋକିବା ପାଇଁ ରାଜସ୍ବ ଗୁଇନ୍ଦା ବିଭାଗ ମଧ୍ୟ ବିଭିନ୍ନ ପଦକ୍ଷେପ ହାତକୁ ନେବାରେ ଲାଗିଛି । ଏହି ଘଟଣାରେ ବିଦେଶୀ ନାଗରିକଙ୍କ ସମେତ ଭାରତୀୟ ନାଗରିକ ମଧ୍ୟ ଗିରଫ ହୋଇଛନ୍ତି । ଖାସ କରି ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିଛି କଷ୍ଟମ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details