Unique Wedding: 3 ଫୁଟ ବରକୁ 4 ଫୁଟ କନିଆ, ମନ୍ଦିରରେ ନେଲେ ସାତ ଫେରେ ପାଟନା:କଥାରେ ଅଛି ଯୋଡ଼ି ଭଗବାନ ବନାଇଥାନ୍ତି । ଏହା ଉପରେ ବଲିଉଡ ଫିଲ୍ମ 'ରବ୍ ନେ ବନା ଦି ଯୋଡ଼ି' ତ ଆପଣ ଦେଖିଥିବେ । ଏମିତି ଏକ ନିଆରା ବିବାହ ବିହାର ଛପରା ଅଞ୍ଚଳରେ ଦେଖିବାକୁ ମିଳିଛି । ଯେଉଁଠି 3 ଫୁଟ ବରକୁ ବିବାହ କରିଛି 4 ଫୁଟ ଉଚ୍ଚତା ବିଶିଷ୍ଟ କନିଆ । ଅନେକ ଖୋଜାଖୋଜି ପରେ ଶେଷରେ ନିଜ ସାଥୀଙ୍କ ନିକଟରେ ପହଞ୍ଚିଛନ୍ତି 3.5 ଫୁଟ ଉଚ୍ଚତାର ବର । ଆଉ ଧୁମଧାମରେ ମନ୍ଦିରରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ କମ ଉଚ୍ଚତା ଯୋଗୁଁ ଲେରୁଆ ଅଧିବାସୀ ସତେନ୍ଦ୍ର ସିଂଙ୍କ ପୁଅ ରୋହିତଙ୍କ ବିବାହ ହୋଇପାରୁନଥିଲା । ତାଙ୍କ ଉଚ୍ଚତା ଭଳି ଯୁବତୀଟିଏ ମିଳୁନଥିଲା । ପୁଅ ପାଇଁ ଜୀବନ ସାଥୀଟିଏ ଖୋଜିବା ଲାଗି ପରିବାର ନାକେଦମ ହୋଇଥିଲା । ରୋହିତଙ୍କ ଉଚ୍ଚତା ମାତ୍ର ସାଢେ 3 ଫୁଟ ବା 42 ଇଞ୍ଚ । ହେଲେ ଶେଷରେ ରୋହିତଙ୍କୁ ତାଙ୍କ ଜୀବନ ସାଥୀ ମିଳିଛି । ରୋହିତ ଖବସି ଅଧିବାସୀ ନେହାଙ୍କୁ ବିବାହ କରିଛନ୍ତି । ନେହାଙ୍କ ଉଚ୍ଚତା 4 ଫୁଟ ବୋଲି ଜଣାପଡ଼ିଛି ।
ଏହା ବି ପଢନ୍ତୁ- ଉଚ୍ଚତା କମ ଯୋଗୁଁ ଭାଙ୍ଗିଲା ବିବାହ, ଯୁବତୀଙ୍କ ଆତ୍ମହତ୍ୟା
ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ ବେଶ ଖୁସି ଅଛନ୍ତି । ଏନେଇ ବରର ବଡ଼ ଭାଇ ଅମନ କୁମାର କହିଛନ୍ତି, "ମୋ ଭାଇ ରୋହିତର ଉଚ୍ଚତା କମ ଯୋଗୁଁ ତାର ବିବାହ ହୋଇପାରୁନଥିଲା । ହେଲେ ଏବେ ମୋ ଭାଇ ଲାଗି ଉପଯୁକ୍ତ ସାଥୀଟିଏ ମିଳିଛି । ଏହି ବିବାହକୁ ନେଇ ଆମେ ସମସ୍ତେ ବେଶ ଖୁସି ଅଛୁ । ଭଗବାନଙ୍କ କୃପାରୁ ମୋ ଭାଇର ବି ବିବାହ ବୈଦିକ ରୀତିନୀତିରେ ସମ୍ପନ୍ନ ହୋଇଛି ।"
ରୋହିତ ବୃତ୍ତିରେ ଜଣେ କମ୍ପାଉଣ୍ଡର । ମଢୋରା ଜବାହରଲାଲ ନେହେରୁ କଲେଜରେ ପଢା ଶେଷ ପରେ ସେ, କମ୍ପାଉଣ୍ଡର ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଉଚ୍ଚତା କମ ଯୋଗୁଁ ଅନେକ ସ୍ଥାନ ଓ ଅନେକ ସମୟରେ ସେ ଉପହାସର ଶିକାର ହୋଇଛନ୍ତି । ସେପଟେ ବିବାହ ହୋଇପାରୁନଥିବାରୁ ତାଙ୍କୁ ଅନେକ ଥଟ୍ଟା ମଧ୍ୟ କରନ୍ତି । ଅନ୍ୟପଟେ କନ୍ୟା ପକ୍ଷ ମଧ୍ୟ ବିବାହ ପାଇଁ ବ୍ୟସ୍ତ ରହୁଥିଲେ । ତେବେ ନେହାଙ୍କୁ ମଧ୍ୟ ଉପଯୁକ୍ତ ବରପାତ୍ରଟିଏ ମିଳିଛି । ଏନେଇ ନେହାର ଭାଇ ଶୈଳେଶ କହିଛନ୍ତି, "ରାହୁଲଙ୍କ ସମ୍ପର୍କରେ ଆମକୁ ଖବର ମିଳିଥିଲା । ଏହାପରେ ଉଭୟ ପରିବାର ଭେଟିବା ପରେ ବିବାହ ସ୍ଥିର କରିଥିଲୁ । ଏହାପରେ ଆଜି ଗଢଦେବୀ ମନ୍ଦିରରେ ଉଭୟଙ୍କ ବିବାହ ହୋଇଛି ।" ନେହା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିବା ଜଣାପଡ଼ିଛି ।