ନୂଆଦିଲ୍ଲୀ: ୩ କୃଷି ଆଇନ(3 Farm Laws) ପ୍ରତ୍ୟାହର ଦାବିରେ ଥିବା କୃଷକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଏହି ପ୍ରତ୍ୟାହାର ପାଇଁ ନେଇଥିବା ନିଷ୍ପତ୍ତିରେ ମୋହର ମାରିଛି କ୍ୟାବିନେଟ୍(Union Cabinet) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ତିନି କୃଷି ଆଇନ୍ ରଦ୍ଦ ନେଇ ମଞ୍ଜୁରୀ ମିଳିଛି ।
ତେବେ ସାରା ଦେଶରେ ବର୍ଷେ ଧରି ଚାଲିଥିବା କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗତ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ଏହି ୩ ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏଥିସହ ସେ କହିଥିଲେ ଯେ, ଚଳିତ ମାସ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ନୂଆ ଆବଶ୍ୟକୀୟ ବିଲ୍ ପ୍ରସ୍ତାବ ଦିଆଯିବ । ସର୍ବନିମ୍ନ ସହାୟତା ମୂଲ୍ୟ (MSP) ପାଇଁ ଏକ ନୂଆ ଢାଞ୍ଚା ବାହାର କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ କମିଟି ଗଠନ କରାଯିବ ।
ଏହା ମଧ୍ୟ ପଢନ୍ତୁ:-3 Farm Laws: କୃଷି ଆଇନ ପ୍ରତ୍ୟାହାରକୁ ଆଜି କେନ୍ଦ୍ର କ୍ୟାବିନେଟରେ ମିଳିପାରେ ଅନୁମୋଦନ