ଓଡିଶା

odisha

ETV Bharat / bharat

48 ଘଣ୍ଟାରେ ଭାରତରେ 3 ଅନ୍ତର୍ଜାତୀୟ ବିମାନର ଜରୁରୀ ଅବତରଣ

48 ଘଣ୍ଟା ମଧ୍ୟରେ 3 ବିମାନ ବନ୍ଦରରେ 3 ବିମାନର ଜରୁରୀ ଅବତରଣ । ଯାନ୍ତ୍ରିକ ତ୍ରୁଟି କାରଣ । ତଦନ୍ତ ନିର୍ଦ୍ଦେଶ ଦେଲା DGCA । ଅଧିକ ପଢନ୍ତୁ

48 ଘଣ୍ଟାରେ 3 ଅନ୍ତର୍ଜାତୀୟ ବିମାନର ଜରୁରୀ ଅବତରଣ
48 ଘଣ୍ଟାରେ 3 ଅନ୍ତର୍ଜାତୀୟ ବିମାନର ଜରୁରୀ ଅବତରଣ

By

Published : Jul 17, 2022, 3:37 PM IST

ନୂଆଦିଲ୍ଲୀ: ଦେଶର ଭିନ୍ନ ଭିନ୍ନ ବିମାନ ବନ୍ଦରରେ ଗତ 48 ଘଣ୍ଟା ମଧ୍ୟରେ ତିନି ଅନ୍ତର୍ଜାତୀୟ ଏୟାର ଲାଇନ୍ସର ବିମାନ ଜରୁରୀ ଅବତରଣ କରିଛନ୍ତି । ଯାନ୍ତ୍ରିକ ତ୍ରୁଟି କାରଣରୁ କେରଳର କଲ୍ଲିକୋଟ, ଚେନ୍ନାଇ ଓ କୋଲକତା ବିମାନ ବନ୍ଦରରେ ଏହି 3 ବିମାନ ଅବତରଣ କରିଥିବା ସୂଚନା ଦେଇଛି ବେସାମରିକ ଉଡାଣ ନିର୍ଦ୍ଦେଶାଳୟ । DGCA ଦେଇଥିବା ତଥ୍ୟ ଅନୁସାରେ ଏୟାର ଆରବିଆ ଏୟାର ଲାଇନ୍ସର G9-426 ବିମାନ ସାରଜାରୁ କୋଚି ଅଭିମୁଖେ ଆସୁଥିବା ବେଳେ ହାଇଡ୍ରୋଲିକ ସମସ୍ୟା ଦେଖାଯାଇଥିଲା । ତେବେ ବିମାନଟି ସୁରକ୍ଷିତ ଭାବେ କଲ୍ଲିକୋଟ ବିମାନ ବନ୍ଦରରେ ଅବତରଣ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ମଧ୍ୟ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ :-କରାଚିରେ ଇଣ୍ଡିଗୋର ଜରୁରୀ ଅବତରଣ

ଅନ୍ୟ ଏକ ଜରୁରୀ ଅବତରଣ ଗତକାଲି (ଶନିବାର) ଚେନ୍ନାଇ ବିମାନ ବନ୍ଦରରେ ହୋଇଛି । ଏଥୋପିଆ ଏୟାର ଲାଇନ୍ସର ଏକ ବିମାନ ଆଦିସ ଅବ୍ବାରୁ ବ୍ୟାଙ୍କକ୍‌ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ କୋଲକାତା ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଛି । ତୃତୀୟଟି ଲ୍ୟାଣ୍ଡିଂ ଘଟଣାଟି 15 ତାରିଖରେ ଶ୍ରୀଲଙ୍କା ଏୟାର ଲାଇନ୍ସର ବିମାନଟି ମଧ୍ୟ ହାଇଡ୍ରୋଲିକ ସମସ୍ୟା ପାଇଁ କୋଲକାତାରେ ଅବତରଣ କରିଛି । ଏହି 3 ଘଟଣାରେ ତଦନ୍ତ ଜାରି ରହିଥିବା ବେସାମରିକ ଉଡାଣ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟ ଏକ ଘଟଣାକ୍ରମରେ ଆଜି ସକାଳେ ହାଇଦ୍ରାବାଦରୁ ସାରଜା ଅଭିିମୁଖେ ଉଡାଣ ଭରିଥିବା ଇଣ୍ଡିଗୋ ଏୟାର ଲାଇନ୍ସର ଏକ ବିମାନରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରେ ପାକିସ୍ତାନର କରାଚିରେ ବିମାନଟି ଜରୁରୀ ଅବତରଣ କରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ଅନ୍ୟ ଏକ ବିମାନ ପଠାଇ ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା କରିଥିଲା ସମ୍ପୃକ୍ତ ଏୟାର ଲାଇନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details