ଓଡିଶା

odisha

ETV Bharat / bharat

ଟ୍ରକକୁ ଧକ୍କା ଦେଲା ବସ, ଘଟଣାସ୍ଥଳରେ 3 ମୃତ 15 ଆହତ - ROAD ACCIDENT

ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 15 ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ଲୋରୀକୁ ଧକ୍କା ଦେଲା ବସ; ଘଟଣାସ୍ଥଳରେ 3 ମୃତ, 15 ଆହତ
ଲୋରୀକୁ ଧକ୍କା ଦେଲା ବସ; ଘଟଣାସ୍ଥଳରେ 3 ମୃତ, 15 ଆହତ

By

Published : Aug 24, 2021, 11:20 AM IST

ହାଇଦ୍ରାବାଦ: ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାଟି ମିରିୟାଲାଗୁଡା ମଣ୍ଡଳର ଚିନ୍ତାପାଲ୍ଲିରେ ଘଟିଛି । ରାସ୍ତାରେ ଅଟକି ଥିବା ଏକ ଟ୍ରକ ସହିତ ଘରୋଇ ବସର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 15 ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ମିରିୟାଲାଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଲୋରୀକୁ ଧକ୍କା ଦେଲା ବସ; ଘଟଣାସ୍ଥଳରେ 3 ମୃତ, 15 ଆହତ

ଏହି ବସଟି ଅନଗୋଲରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବେଳେ ଆଦାଙ୍କି-ନର୍କଟପାଲ୍ଲି ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଅନ୍ୟପଟେ ବସ ଡ୍ରାଇଭରଙ୍କ ଅବହେଳା କାରଣରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି। ସୂଚନାପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତକମାନେ ହେଲେ ଏପି ମଲେଶ(44), କୋଥା ନାଗେଶ୍ବରା ରାଓ (40), ଜୟା ରାଓ (40) । ସମସ୍ତେ ପ୍ରାକସମ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details