ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଅଭାବନୀୟ ଘଟଣା । ଘରର ଛାତ ଭୁଶୁଡି ୩ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ତରଫରୁ ସୂଚନା ମିଳିଛି । ଇଷ୍ଟ କାନପୁରର ଡେପ୍ୟୁଟୁ କମିଶନର ଅଫ ପୋଲିସ (DCP) କହିଛନ୍ତି ଯେ ଘରର ଛାତ ଭୁଶୁଡିବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି ।
ପ୍ରଥମେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଜଣେ ମହିଳା ତାଙ୍କ ପୁଅ ଓ ଝିଅ ରହିଛନ୍ତି । ଏଥିରେ ଆହତ ହୋଇଥିବା ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।