ଓଡିଶା

odisha

ETV Bharat / bharat

ନୱାବ ମଲ୍ଲିକଙ୍କ ଜାମିନ ପାଇଁ ୩ କୋଟି ଦାବି, ଅଭିଯୋଗ କଲେ ପୁଅ

ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଜାମିନ ପାଇଁ ୩ କୋଟି ଟଙ୍କା ଦାବି । ଥାନାରେ ଅଭିଯୋଗ କଲେ ମନ୍ତ୍ରୀଙ୍କ ପୁଅ । ଅଧିକ ପଢନ୍ତୁ

ନୱାବ ମଲ୍ଲିକଙ୍କ ଜାମିନ ପାଇଁ ୩ କୋଟି ଦାବି, ଅଭିଯୋଗ କଲେ ପୁଅ
ନୱାବ ମଲ୍ଲିକଙ୍କ ଜାମିନ ପାଇଁ ୩ କୋଟି ଦାବି, ଅଭିଯୋଗ କଲେ ପୁଅ

By

Published : Mar 18, 2022, 7:56 AM IST

Updated : Mar 18, 2022, 9:33 AM IST

ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନୱାବ ମଲ୍ଲିକଙ୍କ ଜାମିନ ପାଇଁ ୩ କୋଟି ଟଙ୍କା ଦାବି ହୋଇଥିବା ଅଭିଯୋଗ । ମନ୍ତ୍ରୀଙ୍କ ପୁଅ ଅମୀର ମଲ୍ଲିକ(Amir Malik) ଥାନାରେ ଏହି ଅଭିଯୋଗ କରିଛନ୍ତି । ଜଣେ ଅଜଣା ବ୍ୟକ୍ତି ତାଙ୍କ ବାପାଙ୍କୁ ଜାମିନରେ ମୁକୁଳାଇବାକୁ ୩ କୋଟି ଟଙ୍କା ମାଗିଥିବା ସେ କହିଛନ୍ତି । ଏହି ଅଭିଯୋଗ ପରେ ଭିବି ନଗର ପୋଲିସ ଏକ ଏତଲା ଦାୟର କରିଛି । ଗୁରୁବାର ପୋଲିସ ଅଧିକାରୀଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅମୀର ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ସେ ଏକ ଇମେଲ୍ ପାଇଥିଲେ, ଯେଉଁଥିରେ ଇମତିୟାଜ ନାମକ ଜଣେ ବ୍ୟକ୍ତି ତାଙ୍କ ବାପା ନୱାବ ମଲ୍ଲିକଙ୍କ ଜାମିନ ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ ଏବଂ ଏ ବାବଦରେ ବିଟକଏନରେ ୩ କୋଟି ଟଙ୍କା ଦାବି କରିଥିଲେ । ଏନେଇ ଅମୀର ଥାନାରେ FIR ଦେଇଛନ୍ତି । ଏହା ଏକ ଗୋପନୀୟ ମାମଲା ହୋଇଥିବାରୁ ଏ ସମ୍ପର୍କରେ ଅଧିକ ସୂଚନା ଦେଇପାରିବେ ନାହିଁ ବୋଲି କହିଛନ୍ତି । କହିରଖୁଛୁ କି, ମନି ଲଣ୍ଡରିଂ(Money Laundering) ମାମଲାରେ ଫେବୃୟାରୀ ୨୩ ତାରିଖରୁ ନୱାବ ମଲ୍ଲିକ ଗିରଫ ହୋଇଛନ୍ତି ।

Last Updated : Mar 18, 2022, 9:33 AM IST

ABOUT THE AUTHOR

...view details