ବେଜିଂ:ମହାକାଶରେ 6 ମାସ କାଟିବା ପରେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି 3 ଚୀନି ମହାକାଶଚାରୀ । ଶେନଜୋ-13 ମାନବ ମହାକାଶ ଯାନରେ ମହାକାଶ ଯାତ୍ରା କରିଥିବା ତିନିଜଣ ଚାଇନାର ମହାକାଶଚାରୀ ସେମାନଙ୍କର ଛଅ ମାସର ସ୍ପେସ୍ ଷ୍ଟେସନ୍ ମିଶନ୍ ସମାପ୍ତ କରିବା ପରେ ଆଜି (ଶନିବାର) ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ଏହି 3 ମହାକାଶଚାରୀ ହେଲେ ଜାଇ ଜିଗାଙ୍ଗ, ୱାଙ୍ଗ ୟାପିଙ୍ଗ ଏବଂ ୟେ ଗୁଆଙ୍ଗଫୁ ।
ସ୍ଥାନୀୟ ନ୍ୟୁଜ୍ ଏଜେନ୍ସିରେ ପ୍ରସାରିତ ସୂଚନା ଅନୁସାରେ, ସ୍ଥାନୀୟ ସମୟ 9:56 ପୂବାହ୍ନ (Beijing Time) ଉତ୍ତର ଚାଇନାର ମୋଙ୍ଗୋଲିଆ ଅଞ୍ଚଳର ଡୋଙ୍ଗଫେଙ୍ଗ ଅବତରଣ ସ୍ଥଳରେ ଏହି ମହାକାଶ ଯାନ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଛି । China Manned Space Agency (CMSA) କହିଛି ଏହି ମିଶନ ସମ୍ପୂର୍ଣ୍ଣ ସଫଳତାର ସହ ଶେଷ ହୋଇଛି ଏବଂ ଏହା ଚୀନର ମହାକାଶ ଗବେଷଣା କ୍ଷେତ୍ରରେ ଏକ ବଡ ସଫଳତା ମଧ୍ୟ ।