ଓଡିଶା

odisha

ETV Bharat / bharat

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: 4 ଶିଶୁ ଜୀବନ୍ତ ଦଗ୍ଧ, ସରକାରଙ୍କ 4 ଲକ୍ଷ ଘୋଷଣା - ଭୋପାଳ ଅଗ୍ନିକାଣ୍ଡ

ଭୋପାଳରେ ଥିବା କମଲା ନେହେରୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ପେଡିଆଟ୍ରିକ ବିଭାଗରେ ନିଆଁ ଲାଗିବା ଯୋଗୁଁ ୪ ଶିଶୁଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

sdf
ଜଳିଲା ହସ୍ପିଟାଲ; ୪ ଶିଶୁ ମୃତ

By

Published : Nov 9, 2021, 7:04 AM IST

Updated : Nov 9, 2021, 9:25 AM IST

ଭୋପାଳ: ମଧ୍ୟପ୍ରଦେଶ ଭୋପାଳସ୍ଥିତ କମଲା ନେହେରୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ସୋମବାର ରାତିରେ ହସ୍ପିଟାଲର ଶିଶୁ ବିଭାଗ(paediatric ward)ରେ ନିଆଁ ଲାଗିଛି । ଏଥିରେ ମୋଟ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏ ଯାଏଁ ଏହି ଅଘଟଣର କାରଣ ଅସ୍ପଷ୍ଟ ରହିଛି । ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତ ଶିଶୁଙ୍କ ପରିବାର ପିଛା ସରକାର ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ।

ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: 4 ଶିଶୁ ଜୀବନ୍ତ ଦଗ୍ଧ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ସୂଚନାଯୋଗ୍ୟ, ରାତି ପ୍ରାୟ ୯ଟା ସମୟରେ ମେଡିକାଲର ତୃତୀୟ ମହଲା, ଯାହାକି ପେଡିଆଟ୍ରିକ ୱାର୍ଡ ଅଟେ ସେଠାରେ ନିଆଁ ଲାଗିଥିଲା । ପେଡିଆଟ୍ରିକ ବିଭାଗରେ ମୋଟ ୪୦ ଜଣ ଶିଶୁ ଭର୍ତ୍ତି ହୋଇଥିଲେ । ଅଗ୍ନିକାଣ୍ଡ ଘଟିବା ମାତ୍ରେ ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ଅନ୍ୟ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ୪ ଜଣ ଶିଶୁଙ୍କୁ ରକ୍ଷା କରାଯାଇପାରିନାହିଁ ।

ଏହି ଅଘଟଣରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଦୁଃଖପ୍ରକାଶ କରି କହିଛନ୍ତି, କମଳା ନେହୁରୁ ହସ୍ପିଟାଲର ଶିଶୁ ୱାର୍ଡରେ ଘଟିଥିବା ଅଗ୍ନିକାଣ୍ଡ ଖୁବ୍ ଦୁଃଖଦାୟକ । ଦ୍ରୁତଗତିରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ACS ଜନସ୍ବାସ୍ଥ୍ୟ ଏବଂ ଚିକିତ୍ସା ଶିକ୍ଷା(ACS Public Health and Medical Education ) ମହମ୍ମଦ ସୁଲେମନ ଘଟଣାର ତଦନ୍ତ କରିବେ ।

ଅନ୍ୟଏକ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶିଶୁମାନଙ୍କ ଅକାଳ ବିୟୋଗ ଅସହନୀୟ ପୀଡାଦାୟକ । ଈଶ୍ବରଙ୍କ ନିକଟରେ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ପ୍ରାର୍ଥନା କରୁଛି । ମୃତ ଶିଶୁଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଅଗ୍ନିକାଣ୍ଡରେ ଆହତ ହୋଇଥିବା ଶିଶୁ ଶୀଘ୍ର ସୁସ୍ଥଲାଭ କରନ୍ତୁ ଏହା ମୋର କାମନା ବୋଲି ଶିବରାଜ ପ୍ରକାଶ କରିଛନ୍ତି ।

Last Updated : Nov 9, 2021, 9:25 AM IST

ABOUT THE AUTHOR

...view details