ଓଡିଶା

odisha

ETV Bharat / bharat

Patiala Violence: 4 ଦିନିଆ ପୋଲିସ ରିମାଣ୍ଡରେ ମୁଖ୍ୟ ଷଡଯନ୍ତ୍ରକାରୀ, ପୂର୍ବାହ୍ନରେ ହୋଇଥିଲା ଗିରଫ - ପଟିଆଲା ହିଂସା ଅପଡେଟ

ପଞ୍ଜାବର ପଟିଆଲା ହିଂସାକାଣ୍ଡ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ବିଜେନ୍ଦର ସିଂ ପରଓ୍ବାନାଙ୍କୁ 4 ଦିନିଆ ରିମାଣ୍ଡରେ ନେଲା ପୋଲିସ । ପୂର୍ବାହ୍ନରେ ମୋହାଲି ବିମାନ ବନ୍ଦରରୁ ହୋଇଥିଲା ଗିରଫ । ଅଧିକ ପଢନ୍ତୁ

Patiala Violence: ବନ୍ଧା ହେଲା ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ବାର୍ଜିନ୍ଦର ସିଂ ପରୱାନା
Patiala Violence: ବନ୍ଧା ହେଲା ହିଂସାର ମୁଖ୍ୟ ଷଡଯନ୍ତ୍ରକାରୀ ବାର୍ଜିନ୍ଦର ସିଂ ପରୱାନା

By

Published : May 1, 2022, 8:15 AM IST

Updated : May 1, 2022, 5:30 PM IST

ଚଣ୍ତିଗଡ: 4 ଦିନିଆ ପୋଲିସ ରିମାଣ୍ଡରେ ଗଲା ପଞ୍ଜାବ ପଟିଆଲା ଖଲିସ୍ତାନୀ ବିରୋଧୀ ଶୋଭାଯାତ୍ରା ହିଂସାକାଣ୍ଡ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ବରଜିନ୍ଦର ସିଂ ପରୱାନା (Barjinder Singh Parwana) । ଆଜି ପୂର୍ବାହ୍ନରେ ତାକୁ ମୋହାଲିରୁ ଗିରଫ କରାଯାଇ ବିମାନ ଯୋଗେ ଯୋଗେ ମୁମ୍ବାଇକୁ ଅଣାଯାଇଥିଲା । ଇନ୍ସପେକ୍ଟର ଶାମିନ୍ଦର ସିଂଙ୍କ ନେତୃତ୍ବରେ ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (CIA) ପଟିଆଲା ଟିମ ତାଙ୍କୁ ମୋହାଲି ବିମାନ ବନ୍ଦରରେ ଗିରଫ କରିବାରେ ସଫଳ ହୋଇଥିଲା ।

ସୂଚନା ଅନୁସାରେ, ଏପ୍ରିଲ 29ରେ ପଞ୍ଜାବରେ ଶିବସେନା ମୁଖ୍ୟ କାର୍ଯ୍ୟକର୍ତ୍ତା ହରିଶ ସିଙ୍ଗଲାଙ୍କ ନେତୃତ୍ବରେ ଆୟୋଜିତ ଖାଲିସ୍ତାନ ବିରୋଧୀ ଶୋଭଯାତ୍ରା ସମୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ଯୋଗୁ ଏକାଧିକ ବ୍ୟକ୍ତିଙ୍କ ସମେତ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ପରେ ଏ ନେଇ ୬ଟି ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା ।

ଏଥିରେ ପୂର୍ବରୁ ତିନିଜଣଙ୍କୁ ମଧ୍ୟ ଗିରଫ କରିଥିବାବେଳେ ଆଜି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ବରଜିନ୍ଦର ସିଂ ପରୱାନାକୁ ମଧ୍ୟ ଗିରଫ କରାଯାଇଛି । ପୂର୍ବରୁ ଏହି ଘଟଣାରେ ଶିବସେନା ନେତା ତଥା ଶୋଭାଯାତ୍ରା ଆୟୋଜକ ହରିଶ ସିଙ୍ଗଲା, କୁଲଦୀପ ସିଂ ଦନ୍ତାଲ ଏବଂ ଦଲଜିତ ସିଂ ଗିରଫ ହୋଇସାରିଛନ୍ତି । ଆଗକୁ ସଂଖ୍ୟା ଆହୁରି ବଢିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2022, 5:30 PM IST

ABOUT THE AUTHOR

...view details