ଓଡିଶା

odisha

By

Published : Apr 13, 2022, 10:36 PM IST

ETV Bharat / bharat

ଦିଲ୍ଲୀରେ ପୁଣି ଡରାଇଲାଣି କୋରୋନା, ଗୋଟିଏ ଦିନରେ 299 ନୂଆ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀରେ ଗୋଟିଏ ଦିନରେ 299 ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ । ଗତକାଲି ଠାରୁୁ ଦୈନିକ ସଂକ୍ରମଣ 50 ପ୍ରତିଶତ ବୃଦ୍ଧି । ଅଧିକ ପଢନ୍ତୁ

ଦିଲ୍ଲୀରେ ପୁଣି ଡରାଇଲାଣି କୋରୋନା, ଗୋଟିଏ ଦିନରେ 299 ନୂଆ ଆକ୍ରାନ୍ତ ଚିହ୍ନଟ
ଦିଲ୍ଲୀରେ ପୁଣି ଡରାଇଲାଣି କୋରୋନା, ଗୋଟିଏ ଦିନରେ 299 ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ରାଜାଧାନୀ ଦିଲ୍ଲୀରେ ପୁଣି ବଢିବାକୁ ଲାଗିଲାଣି କୋଭିଡ ସଂକ୍ରମଣ । ଆଜି ଗୋଟିଏ ଦିନର ଚିହ୍ନଟ ହୋଇଛନ୍ତି 299 ନୂଆ ଆକ୍ରାନ୍ତ । ଯାହାକି ଗତକାଲିର ସଂଖ୍ୟା ଠାରୁ ପ୍ରାୟ 50 ପ୍ରତିଶତ ଅଧିକ ରହିଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ ସଂକ୍ରମଣ 18,66,881ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ କୌଣସି କୋଭିଡଜନିତ ମୃତ୍ୟୁ ଘଟଣା ସାମ୍ନାକୁ ଆସିନାହିଁ ।

ଗତ କିଛି ଦିନ ଧରି ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ଆଜିର ସଂକ୍ରମଣକୁ ଦେଖିଲେ ଦୈନିକ ସଂକ୍ରମଣ ହାର 2.49 ରେ ପହଞ୍ଚିଛି । ସେହିପରି ସାମଗ୍ରିକ ସଂକ୍ରମଣ ହାର ମଧ୍ୟ 4.98 କୁ ବୃଦ୍ଧି ପାଇଛି । ସହରରେ ସଂକ୍ରମଣ ବଢିବା ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କହିଛନ୍ତି । ହସ୍ପିଟାଲରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ସରକାର ତତ୍ପର ରହିଛନ୍ତି । ବର୍ତ୍ତମାନ ସ୍ଥିତିରେ ଭୟଭୀତ ହେବାର କୌଣସି ଆଶଙ୍କା ନାହିଁ । ଚଳିତ ମାସ ଜାନୁଆରୀ 13 ତାରିଖରେ ଦିଲ୍ଲୀରେ ଦୈନିକ ସଂକ୍ରମଣର ସମସ୍ତ ସୀମା ଅତିକ୍ରମ କରି ସର୍ବକାଳୀନ ରେକର୍ଡ କରିଥିଲା । ଗୋଟିଏ ଦିନରେ 28,867 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details