ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କୋରୋନା ପଜିଟିଭ ସଂଖ୍ୟା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 29 ହଜାର 164ଟି ସଂକ୍ରମଣ ରିପୋର୍ଟ ହୋଇଛି । ସେହିପରି ଏଥିରେ 449 ଜଣଙ୍କର ମୃତ୍ୟୁ ହୋଇଛି ।
ଭାରତରେ କମିଛି ସଂକ୍ରମଣ, ଗୋଟିଏ ଦିନରେ 29,164 ଆକ୍ରାନ୍ତ ଚିହ୍ନଟ - ଭାରତ କୋରୋନା ଖବର
ଦେଶରେ କୋରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ 88 ଲକ୍ଷ ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...
![ଭାରତରେ କମିଛି ସଂକ୍ରମଣ, ଗୋଟିଏ ଦିନରେ 29,164 ଆକ୍ରାନ୍ତ ଚିହ୍ନଟ ଭାରତରେ କମିଛି ସଂକ୍ରମଣ, ଗୋଟିଏ ଦିନରେ 29,164 ସଂକ୍ରମିତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/768-512-9566667-thumbnail-3x2-ggg.jpg)
ଭାରତରେ କମିଛି ସଂକ୍ରମଣ, ଗୋଟିଏ ଦିନରେ 29,164 ସଂକ୍ରଭାରତରେ କମିଛି ସଂକ୍ରମଣ, ଗୋଟିଏ ଦିନରେ 29,164 ସଂକ୍ରମିତ ଚିହ୍ନଟମିତ ଚିହ୍ନଟ
ତେବେ ସଦ୍ୟତମ ରିପୋର୍ଟ କୁ ମିଶାଇ ବର୍ତ୍ତମାନ ସୁଦ୍ଧା 88 ଲକ୍ଷ 74 ହଜାର 291ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 30 ହଜାର 519 ଜଣ ମୃତ୍ୟୁ ବରଣ କରିଛନ୍ତି । ମୋଟ 82 ଲକ୍ଷ 90 ହଜାର 371 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ ମୋଟ 4 ଲକ୍ଷ 53 ହଜାର 401 ଜଣ ଚିକିତ୍ସାଧୀନ ଅଛନ୍ତି ।
ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ସଂକ୍ରମିତ, ସୁସ୍ଥ ଓ ମୃତ୍ୟୁ ହାର ରହିଛି ।