ଓଡିଶା

odisha

ETV Bharat / bharat

ଦିଲ୍ଲୀର ୨୮% ପରିବାରରେ ଏକାଧିକ ସଦସ୍ୟ ଫ୍ଲୁ ପୀଡିତ: ସର୍ଭେ

ରାଷ୍ଟ୍ରୀୟ ରାଜଧାନୀରେ ବଢୁଛି ଫ୍ଲୁ ମାମଲା । ଦିଲ୍ଲୀର ପ୍ରାୟ ୨୮ ପ୍ରତିଶତ ପରିବାରର ଏକ ବା ଏକାଧିକ ସଦସ୍ୟଙ୍କ ଠାରେ ଫ୍ଲୁ ଲକ୍ଷଣ ଦେଖାଯାଇଛି । ଏକ ଅନଲାଇନ ସର୍ବେକ୍ଷଣରୁ ସ୍ପଷ୍ଟ ଅଧିକ ପଢନ୍ତୁ...

ଦିଲ୍ଲୀର ୨୮% ପ୍ରତିଶତ ପରିବାରରେ ଏକାଧିକ ସଦସ୍ୟ ଫ୍ଲୁ ସଂକ୍ରମିତ: ସର୍ଭେ
ଦିଲ୍ଲୀର ୨୮% ପ୍ରତିଶତ ପରିବାରରେ ଏକାଧିକ ସଦସ୍ୟ ଫ୍ଲୁ ସଂକ୍ରମିତ: ସର୍ଭେ

By

Published : Sep 21, 2021, 12:41 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀରେ ପ୍ରାୟ ୨୮ ପ୍ରତିଶତ ପରିବାରର ଏକାଧିକ ସଦସ୍ୟଙ୍କଠାରେ ଫ୍ଲୁ ଭଳି ଲକ୍ଷଣ ଦେଖାଯାଇଛି । ଦିଲ୍ଲୀରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡିଛି । ଲୋକାଲ ସର୍କଲ ନାମକ ଏକ ପ୍ଲାଟଫର୍ମ ଦ୍ବାରା ଅନଲାଇନରେ ଲୋକଙ୍କ ଉପରେ ଏହି ସର୍ଭେ କରାଯାଇଥିଲା । ଜ୍ବର, ଥଣ୍ଡା, କାଶ, ମୁଣ୍ଡବ୍ୟଥା ଏବଂ ଶରୀରରେ ଯନ୍ତ୍ରଣା ଭଳି ଫ୍ଲୁ ଲକ୍ଷଣ ରହିଥିବା କେତେଜଣ ସଦସ୍ୟ ପରିବାରର ରହିଛନ୍ତି ସେ ବାବଦରେ ସର୍ଭେରେ ସାମିଲ ବ୍ୟକ୍ତିବିଶେଷଙ୍କୁ ପଚରା ଯାଇଥିଲା ।

ଜବାବରେ ଦିଲ୍ଲୀର ୬ ପ୍ରତିଶତ ବାସିନ୍ଦା କହିଛନ୍ତି, ବର୍ତ୍ତମାନ ସେମାନଙ୍କ ପରିବାରର ଚାରିରୁ ଅଧିକ ସଦସ୍ୟଙ୍କ ମଧ୍ୟରେ ଫ୍ଲୁ ଲକ୍ଷଣମାନ ରହିଛି । ସେହିପରି ୧୧ ପ୍ରତିଶତ ଦିଲ୍ଲୀ ନିବାସୀ ପରିବାରରେ ୨-୩ ଜଣଙ୍କ ଠାରେ ଏହିଭଳି ଲକ୍ଷଣ ରହିଥିବା କହିଥିବାବେଳେ ଅନ୍ୟ ୧୧ ପ୍ରତିଶତ ଜନସାଧାରଣ ପରିବାରର ଜଣେ ସଦସ୍ୟ ଫ୍ଲୁ ସଂକ୍ରମିତ ଥିବା ଜଣାଇଛନ୍ତି । ସେହିପରି ସର୍ଭେ ପରିସରଭୁକ୍ତ ଦିଲ୍ଲୀର ୭୨ ପ୍ରତିଶତ ନିବାସୀଙ୍କ ପରିବାରରେ କେହି ଜଣଙ୍କ ଠାରେ ବି ସେଭଳି କିଛି ଲକ୍ଷଣ ନଥିବା କହିଛନ୍ତି ।

ସର୍ଭେ ଅନୁଯାୟୀ, ଦିଲ୍ଲୀର ମୋଟ ୨୮ ପ୍ରତିଶତ ପରିବାରରେ ଏକ ବା ଏକାଧିକ ବ୍ୟକ୍ତି ଫ୍ଲୁ ଭଳି ଲକ୍ଷଣରେ ପୀଡିତ ଅଛନ୍ତି । ଗୋଟିଏ ପଟେ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଏହାମଧ୍ୟରେ ଫ୍ଲୁ ମାମଲାରେ ବୃଦ୍ଧି ଚିନ୍ତାର ବିଷୟ ପାଲଟିଛି ।

ନିକଟରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (DDMA)ର ବୈଠକ ବସିଥିଲା । ଯେଉଁଥିରେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଥିଲେ, ଫ୍ଲୁ ଏବଂ କୋଭିଡ-୧୯ର ଲକ୍ଷଣଗୁଡିକ ସମାନ ଏବଂ ଦିଲ୍ଲୀ ସରକାର ବର୍ତ୍ତମାନର ଫ୍ଲୁ ସିଜନରେ କୋରୋନା ଭାଇରସ ସଂକ୍ରମଣ ରୋକିବା ଦିଗରେ ପରୀକ୍ଷଣ ଜାରି ରଖିବା ଜରୁରୀ ।

ସର୍ଭେରେ ଏହାମଧ୍ୟ କୁହାଯାଇଛି ଯେ, ବର୍ତ୍ତମାନ ଦିଲ୍ଲୀର ହସ୍ପିଟାଲଗୁଡିକରେ ଦୈନିକ ଅତିକମରେ ୫୦ ରୁ ୬୦ ଭାଇରାଲ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ସହରରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଏବଂ ପୁଣି ବର୍ଷା ଭଳି ପରିବର୍ତ୍ତିତ ପାଣିପାଗ ଯୋଗୁଁ ଫ୍ଲୁ ମାମଲା ବଢୁଥିବା କୁହାଯାଉଛି ।

@PTI

ABOUT THE AUTHOR

...view details