ଓଡିଶା

odisha

ETV Bharat / bharat

ଦାନ୍ତେୱାଡାରେ ଆତ୍ମସମର୍ପଣ କଲେ 27 ମାଓବାଦୀ - Maoists surrender in Dantewada

ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଆଦିବାସୀ ବସ୍ତର ଅଞ୍ଚଳର 27 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅଧିକ ପଢନ୍ତୁ...

ଆତ୍ମସମର୍ପଣ କଲେ 27 ମାଓବାଦୀ
ଆତ୍ମସମର୍ପଣ କଲେ 27 ମାଓବାଦୀ

By

Published : Nov 2, 2020, 1:31 PM IST

ରାୟପୁର: ଛତିଶଗଡ ଦନ୍ତେୱାଡା ଜିଲ୍ଲାର ଆଦିବାସୀ ବସ୍ତର ଅଞ୍ଚଳର 27 ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ବିଦ୍ରୋହୀମାନଙ୍କ ମଧ୍ୟରୁ 5 ଜଣଙ୍କ ଉପରେ ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା । ରବିବାର ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀଙ୍କ ସାମ୍ନାରେଏହି ମାଓବାଦୀମାନେ ବାରସୁର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ।

ଆତ୍ମସମର୍ପଣ କରିଥିବା ମାଓବାଦୀ ଜିଲ୍ଲାରେ ପୋଲିସ ଦ୍ବାରା ଚାଲିଥିବା ‘ଲୋନ୍ ଭାରାଟୁ’ ଅଭିଯାନରେ ଅନୁପ୍ରାଣିତ ହୋଇଛନ୍ତି। ‘ଲୋନ୍ ଭାରାଟୁ’ର ଅର୍ଥ ହେଉଛି ସ୍ଥାନୀୟ ଆଦିବାସୀ ଉପଭାଷା ଗୋଣ୍ଡିରେ ‘ଘରକୁ ଫେର’ । ଏପର୍ଯ୍ୟନ୍ତ ‘ଲୋନ୍ ଭାରାଟୁ’ ଅଭିଯାନ ଅଧୀନରେ 170 ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କଲେଣି ।

ABOUT THE AUTHOR

...view details