କୋଲକାତା: ବଜ୍ରପାତରେ ପଶ୍ଚିମବଙ୍ଗର 27 ଜଣଙ୍କ ପ୍ରାଣହାନୀ ଘଟିଛି । ରାଜ୍ୟ ବିପର୍ଯ୍ୟୟ କତ୍ତୃପକ୍ଷଙ୍କ ପ୍ରାଥମିକ ସୂଚନା ଅନୁଯାୟୀ ମୁରଶିଦାବାଦ, ହୁଗୁଳି ଏବଂ ପୂର୍ବ ମେଦିନପୁର ଅଞ୍ଚଳର 20 ଜଣ ବ୍ୟକ୍ତି ବଜ୍ରପାତରେ ମୃତ ହୋଇଛନ୍ତି ।
ତେବେ ହୁଗୁଳିରୁ 11, ମୁରଶିଦାବାଦରୁ 9, ବଙ୍କୁରାରୁ, ପୂର୍ବ ମେଦିନପୁର ପଶ୍ଚିମ ମେଦିନପୁରରୁ 2 ଜଣ ଏବଂ ନଦିଆରୁ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ 50 ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।