ଓଡିଶା

odisha

ETV Bharat / bharat

ଦେଶରେ କମୁଛି କୋରୋନା ପ୍ରକୋପ, ଗୋଟିଏ ଦିନରେ 26,382 ଆକ୍ରାନ୍ତ

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ସମୁଦାୟ ପଜିଟିଭ ସଂଖ୍ୟା 56% ରହିଛି। ତାହା ପୁଣି ଉତ୍ତରପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗ, କେରଳ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ରହିଛି। ଅଧିକ ପଢନ୍ତୁ...

ଦେଶରେ କମୁଛି କୋରୋନା ପ୍ରକୋପ, ଗୋଟିଏ ଦିନରେ 26,382 ଆକ୍ରାନ୍ତ
ଦେଶରେ କମୁଛି କୋରୋନା ପ୍ରକୋପ, ଗୋଟିଏ ଦିନରେ 26,382 ଆକ୍ରାନ୍ତ

By

Published : Dec 16, 2020, 10:07 AM IST

ନୂଆଦିଲ୍ଲୀ: ଦେଶରେ କୋଟିଏ ମୁହାଁ କୋରୋନା ସଂକ୍ରମଣ ସଂଖ୍ୟା। ବର୍ତ୍ତମାନ ମଧ୍ୟ ଜାରି ରହିଛି କୋରୋନା ପ୍ରକୋପ । ଗତ କିଛି ମାସକରୁ ଊର୍ଦ୍ଧ୍ବ ଧରି ଦୈନିକ 30 ହଜାରରୁ ଅଧିକ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଥିବବେଳେ, ଏବେ 30 ହଜାର ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 26 ହଜାର 382 କୋରୋନା ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 387 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ତେବେ ମଙ୍ଗଳବାର ରିପୋର୍ଟକୁ ମିଶାଇ ମୋଟ ସଂକ୍ରମଣ ସଂଖ୍ୟା 99 ଲକ୍ଷ 32 ହଜାର 548କୁ ବୃଦ୍ଧି ପାଇଛି।

ସେହିପରି ଏଥିରୁ 94 ଲକ୍ଷ 56 ହଜାର 449 ସୁସ୍ଥ ହୋଇଥିବାବେଳେ, ମୋଟ 1 ଲକ୍ଷ 44 ହଜାର 096 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ 3 ଲକ୍ଷ 32 ହଜାରରୁ ଅଧିକ ଚିକିତ୍ସାଧୀନ ଅଛନ୍ତି। ଯାହାକୁ ନଜରକୁ ଆଣିଲେ ଜଣାଯାଉଛି ଯେ, ଭାରତରେ ବହୁ ମାତ୍ରାରେ ସୁଧୁରୁଛି କୋରୋନା ସ୍ଥିତି।

ABOUT THE AUTHOR

...view details