ଓଡିଶା

odisha

ବାଂଲାଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କରି ହିଂସା; 26 ପୋଲିସ କର୍ମଚାରୀ ଗୁରୁତର

By

Published : Mar 28, 2021, 10:31 AM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶରେ ହିଂସା । ପୋଲିସ ଷ୍ଟେସନ ଓ ଶିବିରକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଅଧିକ ପଢନ୍ତୁ...

ବାଲାଂଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କରି ହିଂସା
ବାଲାଂଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କରି ହିଂସା

ଢାକା: ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶରେ ହିଂସା । ବିଭିନ୍ନ ପୋଲିସ ଷ୍ଟେସନ ଓ ଶିବିରକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ । ଏଥିରେ 26 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୁସଲିମ କଟକପନ୍ଥୀ ହିଫାଜତ-ଏ-ଇସଲାମ ସମର୍ଥକଙ୍କ ଦ୍ବାରା ହିଂସା ଏହି ଘଟାଯାଇଛି ।

ଶନିବାର ବ୍ରାହ୍ମଣପୁରିୟାର ସରାଇଳ ଉପଜିଲ୍ଲାର ଅରୁଏଲ ପୋଲିସ ଶିବିରକୁ ଟାର୍ଗେଟ କରିବା ସହ ଫରିଦପୁର ଜିଲ୍ଲାର ଭଙ୍ଗାସ୍ଥିତ ଏକ ପୋଲିସ ଷ୍ଟେସନରେ ଆତଙ୍କବାଦୀମାନେ ହମଲା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ବିରୋଧ କରି ଗତକିଛି ଦିନ ହେବ ବାଂଲାଦେଶର ରାଜଧାନୀ ଢାକା ସମେତ ଦେଶର ଅନ୍ୟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା। ଶୁକ୍ରବାର ଦ୍ବିପହରରେ ଜମାତ-ଉଲ-ମୁଜାହିଦ୍ଦିନର ହିପାଜତ ସମର୍ଥକଙ୍କ ନେତୃତ୍ବରେ ହଜାର ସଂଖ୍ୟକ ଇସଲାମବାଦୀ ମସଜିଦରେ ପ୍ରାର୍ଥନା କରିବା ଆଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ ପୂର୍ବରୁ ଚାଟଗ୍ରାମ, ବ୍ରାହ୍ମଣବାଡିଆ, ଢାକା ସମେତ ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଥିଲା ।

ଆରୁଏଲ ପୋଲିସ କ୍ୟାମ୍ପ ଉପରେ ଶନିବାର ରାତି ପ୍ରାୟ 3.30 ସମୟରେ ଆକ୍ରମଣ କରାଯାଇଥିଲା । ଆହତ ପୋଲିସ କର୍ମଚାରୀଙ୍କ ମଧ୍ୟରେ ସରେଲ ପୋଲିସ ଷ୍ଟେସନର ଇନ୍ସପେକ୍ଟର (ଅନୁସନ୍ଧାନ) କବୀର ହୁସେନ୍ ରହିଛନ୍ତି । ପୋଲିସ ଏବଂ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆରୁଏଲ ବଜାରରେ ଅପରାହ୍ନ 2 ଟାରେ ସ୍ଥାନୀୟ ଲୋକଙ୍କ ସହ ହଜାର ହଜାର ମଦ୍ରାସା ଛାତ୍ର ଏକ ରାଲି କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ମୌଳାନା ଆବୁ ତାହର, ହୁସେନ୍ ଅହମ୍ମଦ, ମହମୁଦୁର ରାଶେଦ ଏବଂ ଓଲିଉଲ୍ଲା। ସେପଟେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ସେଥିପାଇଁ ସରକାର ଦାୟି ରହିବେ ବୋଲି ଆତଙ୍କବାଦୀମାନେ ଚେତାବନୀ ଦେଇଥିଲେ । ଗତ ଶୁକ୍ରବାର ରାତିରେ ରାଜଧାନୀର ପୁରାଣ ପାଲଟାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହିଫାଜତ-ଇ-ଇସଲାମର ନାଇବ-ଆମୀର ଅବଦୁର ରାବ ୟୁସୁଫି ଶନିବାର ଦିନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଏବଂ ରବିବାର ସକାଳେ ଧର୍ମଘଟ ଡାକରା ଦେଇଥିଲେ ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର ଦୁଇ ଦିନିଆ ବାଂଲାଦେଶ ଗସ୍ତ କରିଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details