ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କ ଜାମିନ ପରେ ଏନସିବି ଭିଜିଲାନ୍ସ ଟିମର ଲାଞ୍ଚ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ । ଆର୍ଯ୍ୟନ ଖାନଙ୍କୁ ଛାଡିବା ନେଇ ହୋଇଥିବା ଲାଞ୍ଚ ଅଭିଯୋଗ କ୍ରମେ ଆଜି ସାମ ଡିସୋଜାଙ୍କୁ ସମନ୍ ପଠାଇଛି ଏନସିବି ଭିଜିଲାନ୍ସ ।
ଗତକାଲି ଏନସିବି ସାକ୍ଷୀ କିରଣ ଗୋସାଭିଙ୍କୁ ଗିରଫ କରାଯାଇ ଥିବାବେଳେ ଆଜି ସାମ ଡିସୋଜାଙ୍କୁ ଜେରା ପାଇଁ ସମନ ପଠାଯାଇଛି । ତେବେ ଗୋସାଭି ଲାଞ୍ଚ ଅଭିଯୋଗରେ ଗିରଫ ହୋଇନାହାନ୍ତି । 2018ର ଏକ ମାମଲା ନେଇ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସେପଟେ ଗତକାଲି ଏନସିବି ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ଜେରା କରିଛି ଏନସିବି ଭିଜିଲାନ୍ସ । କାରଣ ତାଙ୍କ ନାମରେ ମଧ୍ୟ ଲାଞ୍ଚ ଅଭିଯୋଗ ହୋଇଥିଲା ।