ଓଡିଶା

odisha

By ETV Bharat Odisha Team

Published : Nov 9, 2023, 7:53 AM IST

ETV Bharat / bharat

ଏଥର ଅଯୋଧ୍ୟାରେ ଜଳିବ 24 ଲକ୍ଷ ଦୀପ, ଗିନିଜ ବୁକରେ ରେକର୍ଡ କରିବା ଲକ୍ଷ୍ୟ

ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଦୀପୋତ୍ସବରେ ଜଳିବ 24 ଲକ୍ଷ ଦୀପ । ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କିରବାକୁ ଲକ୍ଷ୍ୟ ରଖିଛି ପ୍ରଶାସନ । ଅଧିକ ପଢନ୍ତୁ

Ayodhya Deepotsav
Ayodhya Deepotsav

ଲକ୍ଷ୍ନୌ: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ଲକ୍ଷ ଲକ୍ଷ ଦୀପର ଆଲୋକରେ ଆଲୋକିତ ହେବ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମଭୂମୀ ଅଯୋଧ୍ୟା । ଚଳିତ ବର୍ଷ ଆଯୋଧ୍ୟା ଘାଟରେ 24 ଲକ୍ଷ ଦୀପ ପ୍ରଜ୍ବଳନ କରି ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କିରବାକୁ ଲକ୍ଷ୍ୟ ରଖାଯାଇଛି । ଆଯୋଧ୍ୟା ଦୀପୋତ୍ସବକୁ ଐତିହାସିକ କରିବା ପାଇଁ 51ଟି ଘାଟରେ ଦୀପ ଲଗାଯିବ । ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଅଯୋଧ୍ୟା ଡ. ରାମ ମନୋହର ଲୋହିଆ ଅଭାଦ ବିଶ୍ୱବିଦ୍ୟାଳୟ ପ୍ରଶାସନ । ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଯୋଧ୍ୟା ଦୀପୋତ୍ସବକୁ ଐତିହାସିକ କରିବା ପାଇଁ ରାମ କି ପ୍ୟାଡି ଏବଂ ଚୌଧରୀ ଚରଣ ସିଂ ପରି 51ଟି ଘାଟରେ ଦୀପ ଲଗାଇବାକୁ ସ୍ବେଚ୍ଛାସେବୀଙ୍କୁ ନିଯୋଜିତ କରାଯାଇଛି ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଦୀପାବଳିରେ ଆଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଦୀପୋତ୍ସବରେ 21 ଲକ୍ଷ ଦୀପ ଜାଳି ବିଶ୍ୱ ରେକର୍ଡ ସୃଷ୍ଟି କରିବା ପାଇଁ ଉତ୍ତରପ୍ରଦେଶ ସରକାର ଲକ୍ଷ୍ୟ ରଖିଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରତିଭା ଗୋଏଲଙ୍କ ତତ୍ତ୍ବାବଧାନରେ ଭବ୍ୟ ଦୀପୋତ୍ସବର ଆଯୋଜନ କରାଯିବ । 25,000ରୁ ଅଧିକ ସ୍ବେଚ୍ଛାସେବୀ ଏଥିରେ ସାମିଲ ହୋଇ ବିଶ୍ବ ରେକର୍ଡ କରିବେ ।

ଏହା ମଧ୍ୟ ପଢ଼ନ୍ତୁ-Mute Diwali: ଏମିତି ଏକ ଗାଁ, ଦୀପାବଳିରେ ଫୁଟୁନି ବାଣ କି ଜଳୁନି ନିଆଁ

ପ୍ରେସ୍‌ ବିଜ୍ଞପ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ, 60ରୁ 70 ପ୍ରତିଶତ ଦୀପ ସମସ୍ତ ଘାଟରେ ଲଗା ସରିଛି । ଘାଟ ଇନ୍ ଚାର୍ଜ ଏବଂ ଘାଟ ସଂଯୋଜକଙ୍କ ତତ୍ତ୍ବାବଧାନରେ ସ୍ୱେଚ୍ଛାସେବୀମାନଙ୍କ ଦ୍ବାରା ଦୀପ ଲଗାଯାଇଛି । ଆଲୋକର ପର୍ବ ପାଇଁ ବିଶ୍ୱବିଦ୍ୟାଳୟ ତରଫରୁ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଦୀପ, ବଳିତା, ମହମବତୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯିବ ।

ଦୀପୋତ୍ସବରେ ସାମିଲ ଥିବା ଅଧିକାରୀଙ୍କୁ ଘାଟକୁ ଯିବାକୁ ଅନୁମତି ଦିଆଯାଇଛି । ସେହିପରି ସ୍ବେଚ୍ଛାସେବୀ ତଥା ଅନ୍ୟମାନଙ୍କୁ କେବଳ ବିଶ୍ୱବିଦ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ ଦ୍ବାରା ଜାରି ପରିଚୟ ପତ୍ର ଦେଖାଇବା ପରେ ଦୀପୋତ୍ସବ ସ୍ଥାନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ସରକାରୀ ବିଜ୍ଞପ୍ତିରେ କୁହାଯାଇଛି । ଦୀପୋତ୍ସବ ପରିଚୟ ପତ୍ର ସହିତ ଆଧାର କାର୍ଡ ଆଣିବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଆଜି ଘାଟରେ ଦୀପ ଲଗାଇବା କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି । ଆସନ୍ତାକାଲି ଦୀପକୁ ସଜାଇବା ସହ ଘାଟକୁ ସଫେଇ କରାଯିବ । ଗିନିଜ୍‌ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦଳ ଦ୍ୱାରା ଦୀପଗଣନା କରାଯିବ । ସ୍ବେଚ୍ଛାସେବୀମାନେ ଦୀପାବଳିରେ କଟନ ଡ୍ରେସ୍‌ ପରିଧାନ କରିବାକୁ କୁହାଯାଇଛି ।

ABOUT THE AUTHOR

...view details