ଓଡିଶା

odisha

ETV Bharat / bharat

ରେଳବାଇର 2300 କର୍ମଚାରୀ କୋଭିଡ୍ ପଜେଟିଭି

କୋରୋନା ଲଢେଇ ବୋଝ ଉପରେ ସଂକ୍ରମଣ ବୃଦ୍ଧି ନଳିତା ବିଡା । ରେଳବାଇର 2300 କର୍ମଚାରୀ ଏବେ କୋରୋନା କବଳରେ । ଅଧିକ ପଢନ୍ତୁ...

By

Published : Apr 22, 2021, 10:22 PM IST

ରେଳୱେର 2300 କର୍ମଚାରୀ କୋଭିଡ ପଜେଟିଭି
ରେଳୱେର 2300 କର୍ମଚାରୀ କୋଭିଡ ପଜେଟିଭି

ପାଟନା: ପ୍ରଳୟ ଭଳି ମାଡି ଆସୁଛି କୋରୋନାର ଦ୍ବିତୀୟ ଲହର । ନରହନ୍ତା ଭୂତାଣୁ ନେଇଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । କିଏ ସ୍ବତନ୍ତ୍ର କିଏ ସାଧାରଣ, ସମସ୍ତଙ୍କ ନିଦ ହଜାଇଦେଲାଣି ରାକ୍ଷାସରୂପୀ କୋରୋନା । ସରକାରଙ୍କ ନିଦ ହଜାଇଥିବା କୋରୋନା ଲୋକଙ୍କ ବ୍ୟସ୍ତବିବ୍ରତ କରିଦେଲାଣି । ଆଉ ଏଥିମଧ୍ୟରେ ସାମ୍ନାକୁ ଆସିଛି ଏଭଳି ଖବର.. ଯାହା ରେଳ ବିଭାଗକୁ ଦେଇଛି ଶକ୍ତ ଝଟକା ।

ରେଳବାଇର 2300 କର୍ମଚାରୀ କୋଭିଡ୍ ପଜେଟିଭି

ପୂର୍ବ ମଧ୍ୟମ ରେଳବାଇର 2300 କର୍ମଚାରୀ କୋରୋନା ପଜେଟିଭି ଚିହ୍ନଟ ହୋଇଛନ୍ତି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଛି କିଛି ଚାଲିବ ରେଲୱେ । ଏତେ ସଂଖ୍ୟକ ଲୋକ ସଂକ୍ରମିତ, ତା ସହ ସେମାନଙ୍କ ପ୍ରଭାବରେ ଆସିଥିବା ଲୋକ କ୍ବାରେଣ୍ଟାଇନରେ ରହିଲେ, କିଭଳି ଚାଲିବ ଟ୍ରେନ । ବର୍ତ୍ତମାନ ଏହି ସମସ୍ୟା ଏବେ କୋରୋନା ସଙ୍କଟ ମଧ୍ୟରେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ରେଳବାଇର 2300 କର୍ମଚାରୀ କୋଭିଡ୍ ପଜେଟିଭି

ପୂର୍ବ ମଧ୍ୟ ରେଳୱେର ଫ୍ରଣ୍ଟଲାଇନ ୱାର୍କରଙ୍କ ମଧ୍ୟରେ ଟିଟି ଡ୍ରାଇଭର ଅଧିକାରୀ ମିଶାଇ 2300 ଲୋକ ପ୍ରଭାବିତ ହୋଇଛନ୍ତି । ଏପରିକି ବହୁ ମଣ୍ଡଳରେ ଲୋକ ପାଇଲଟ ମଧ୍ୟ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ABOUT THE AUTHOR

...view details