ବେଙ୍ଗାଲୁରୁ:ମାନବିକତା ଭୁଲିଲା ମଣିଷ । କ୍ରୋଧରେ ନୀରିହ ପକ୍ଷୀଙ୍କ ନେଲା ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତଙ୍କ ଅମାନବୀୟ କାଣ୍ଡ ! ମାଲିକଙ୍କ ଉପରେ ରାଗ ରଖି 20ରୁ ଉର୍ଦ୍ଧ୍ୱ ପାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ତେବେ କର୍ଣ୍ଣାଟକର ହୁବୁଳି ସହର ସ୍ଥିତ ୟାଭଗଲ ଅଞ୍ଚଳରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଏନେଇ ପାରା ମାଲିକଙ୍କ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ଗତ ଶନିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଲୋକଲୋଚନକୁ ଆସିଛି ।
ସୂଚନା ଅନୁଯାୟୀ, କର୍ଣ୍ଣାଟକର ହୁବୁଳି ସ୍ଥିତ ୟାଭଗଲ ଅଞ୍ଚଳରେ ବାସ କରୁଥିବା ରାହୁଲ ଡନ୍ଦେଲି ନାମକ ଜଣେ ବ୍ୟକ୍ତି ଦୀର୍ଘ 6 ମାସ ହେଲା କିଛି ପାରା ପାଳିଥିଲେ । ହେଲେ ଶନିବାର ଦିନ ପାଖାପାଖି 23ଟି ପାରା ରକ୍ତାକ୍ତ ଅବସ୍ଥାରେ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ସେ ଘରେ ନଥିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ତାଙ୍କ ଘରେ ପଶି ପାରାଗୁଡ଼ିକୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅନୁମାନ କରାଯାଉଛି । ପାଖାପାଖି 23ଟି ପାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଥିସହ ପାରାମାନଙ୍କ ବସାଗୁଡ଼ିକୁ ମଧ୍ୟ ଭାଙ୍ଗି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତମାନେ ।
ଏହାମଧ୍ୟ ପଢନ୍ତୁ..ହଜୁଛି ମଣିଷପଣିଆ, ଛେଳିକୁ ଦୁଷ୍କର୍ମ ଅଭିଯୋଗ